ମମିତା ହତ୍ୟାକାଣ୍ଡ ନିର୍ଭୟା ମାମଲଠାରୁ କୌଣସି ମାତ୍ରାରେ କମ୍ ନୁହେଁ ବୋଲି ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା କହିଛନ୍ତି। ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟି ଫେରିବା ପରେ ସେ କହିଛନ୍ତି ଯେ, ଜଗନ୍ନାଥଙ୍କ ପବିତ୍ର ଭୂମି ଅପରାଧ ପ୍ରଦେଶରେ ପରିଣତ ହୋଇଛି। ମାମଲାରେ ଦଳର ତିନୋଟି ପ୍ରମୁଖ ଦାବି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର, ୧୨୦ ବି ଦଫା ଲଗାଇ ମାମଲା ରୁଜ୍ଜୁ ଏବଂ ଘଟଣାର ନିରପେକ୍ଷ ତଦନ୍ତ ସହ ୯୦ ଦିନ ଭିତରେ ବିଚାର ପ୍ରକ୍ରିୟା ସାରି ଦୋଷୀକୁ ଫାଶି ଦିଆଯାଉ ବୋଲି ସେ ଦାବି କରିଛନ୍ତି। ସେ ମମିତାଙ୍କ ପରିବାରକୁ କୋଟିଏ ଟଙ୍କା ଏବଂ ତାଙ୍କ ଭାଇକୁ ସରକାରୀ ଚାକିରୀ ଦିଆଯାଉ ବୋଲି ଦାବି କରିଛନ୍ତି।



