www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ପାଇଁ ଖର୍ଚ୍ଚ ହେବ ମମତାଙ୍କ ପୂଜା ଅନୁଦାନ – ହାଇକୋର୍ଟ

କଲକାତା: ପଶ୍ଚିମବଙ୍ଗ ସରକାର ଦୁର୍ଗା ପୂଜା କମିଟିଗୁଡ଼ିକ ପାଇଁ ମଞ୍ଜୁର କରିଥିବା ୫୦ ହଜାର ଟଙ୍କା ପୂଜା ଅନୁଦାନ ପ୍ରତି କଲକାତା ହାଇକୋର୍ଟ ଧକ୍କା ଦେଇଛନ୍ତି। ଏହି ଅର୍ଥର ୭୫ ପ୍ରତିଶତ କରୋନା ସୁରକ୍ଷା ଉପକରଣ ଓ ବାକି ୨୫ପ୍ରତିଶତ ଅର୍ଥ ଜନସାଧାରଣ ଏବଂ ପୁଲିସ ମଧ୍ୟରେ ସମ୍ପର୍କ ସୁଦୃଢ଼ କରାଯିବାରେ ବ୍ୟୟ ହେବ ବୋଲି ଶୁକ୍ରବାର ହାଇକୋର୍ଟ କହିଛନ୍ତି। ଦୁର୍ଗାପୂଜା କମିଟି ଆୟୋଜକମାନେ ଏହା ପାଳନ କରିବାକୁ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ଅରିଜିତ ବାନାର୍ଜୀଙ୍କୁ ନେଇ ଗଠିତ ପୀଠ ନିର୍ଦେଶ ଦେଇଛନ୍ତି। ଏହି ଅର୍ଥ ଅନ୍ୟ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଇ ପାରିବ ନାହିଁ। ଏହାର ଅଡିଟ୍ ନି‌ମନ୍ତେ ବିଭିନ୍ନ କିଣା ବିଲ୍‌ ସମ୍ପୃକ୍ତ ଜିଲା କର୍ତ୍ତୃପକ୍ଷଙ୍କ ପାଖରେ ଦାଖଲ କରାଯିବ ବୋଲି ବିଚାରପତି କହିଛନ୍ତି।

ରାଜ୍ୟରେ ମୋଟ ୩୬ ହଜାର ୯୪୬ଟି ଦୁର୍ଗାପୂଜା କମିଟି ରହିଛି। ଦୁର୍ଗାପୂଜା ସମନ୍ବୟ ବୈଠକରେ ସେ କହିଥିଲେ ଯେ କରୋନା ଯୋଗୁଁ ସମସ୍ତେ ଆର୍ଥିକ ସଂକଟରେ ପଡ଼ିଛନ୍ତି; ତେଣୁ ଏଗୁଡ଼ିକ ନିମନ୍ତେ ସେପ୍ଟେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୦, ୦୦୦ ଟଙ୍କା ଲେଖାଏଁ ଅନୁଦାନ ମଞ୍ଜୁର କରିଥିଲେ। ଏହାର ପ୍ରତିବାଦରେ ‘ସିଆଇଟିୟୁ’ ନେତା ସୌରଭ ଦତ୍ତ ଅକ୍ଟୋବର ୯ରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଅନୁଦାନ ବ୍ୟତୀତ ଅଗ୍ନିଶମ ବିଭାଗରୁ ଅନୁମତି ଆଣିବା ଦେୟ ଓ ବିଦ୍ୟୁତ୍ ଦେୟରେ ରିଆତି ଘୋଷଣାର ମଧ୍ୟ ସେ ପ୍ରତିବାଦ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories