www.samajalive.in
Sunday, December 14, 2025
16.1 C
Bhubaneswar

ଆଜି ମମତାଙ୍କ ପ୍ରାର୍ଥିପତ୍ର ଦାଖଲ, ୧୧ରେ ଦଳୀୟ ଇସ୍ତାହାର

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥିପତ୍ର ଦାଖଲ ପାଇଁ ନନ୍ଦିଗ୍ରାମ ଗସ୍ତ କରିଛନ୍ତି। ଏହି ଅବସରରେ ଆସନ୍ତା ୧୧ ତାରିଖ, ମହାଶିବରାତ୍ରି ଅବସରରେ ସେ ଦଳର ନିର୍ବାଚନ ଇସ୍ତାହାର ଘୋଷଣା କରିବେ ବୋଲି କହିଛନ୍ତି। ସେ ଦିନ ସକାଳେ ସେ ନନ୍ଦିଗ୍ରାମଠାରେ ଶିବ ଆରାଧନା କରିବା ପରେ କଲକାତା ଫେରି ଇସ୍ତାହାର ଘୋଷଣା କରିବେ। ଏହା ପୂର୍ବରୁ ୧୦ରେ ସେ ପ୍ରାର୍ଥିପତ୍ର ଦାଖଲ କରିବା ସମ୍ଭାବନା ରହିଛି। ନନ୍ଦିଗ୍ରାମଠାରେ ପହଞ୍ଚିବା ପରେ ସେ ଜନସାଧାରଣଙ୍କୁ କହିଛନ୍ତି ଯେ ‘ମୋତେ ଯଦି ଆପଣମାନେ ନିଜର ଝିଅ ବୋଲି ଭାବି ପ୍ରାର୍ଥିପତ୍ର ଦାଖଲ ପାଇଁ ସୁଯୋଗ ଦେବେ ତାହାହେଲେ ମୁଁ ଏହା କରିବି; ନଚେତ୍‌ ଫେରିଯିବି।’

ସୂଚନାଯୋଗ୍ୟ ଯେ ବିଜେପି ଏଠାରେ ଶ୍ରୀରାମଙ୍କ ପ୍ରଚାର କରୁଥିବାବେ​‌େ​‌ଳ ମମତା ନିଜକୁ ଶିବ ଓ ଦୁର୍ଗାଙ୍କ ଭକ୍ତ ଭାବେ ଉପସ୍ଥାପିତ କରିଛନ୍ତି। ସେ ସଭାରେ ଅନର୍ଗଳ ଦୁର୍ଗାଷ୍ଟକଂ ମନ୍ତ୍ର ପାଠ କରିବା ସହ ଶିବ ଆରାଧନା ମନ୍ତ୍ର ପାଠ କରି ପ୍ରଗାଢ଼ ହିନ୍ଦୁତ୍ବର ପରିଚୟ ଦେଇଛନ୍ତି। ଅପରପକ୍ଷରେ ରାଜ୍ୟର ୪୯ପ୍ରତିଶତ ମହିଳା ମତଦାତା ଓ ୩୦ପ୍ରତିଶତ ସଂଖ୍ୟାଲଘୁଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ସେ ପ୍ରଥମ ପର୍ଯ୍ୟାୟ ୨୯୧ ଜଣିଆ ପାର୍ଥିତାଲିକାରେ ୫୦ ମହିଳା ଧଓ ୪୨ ସଂଖ୍ୟାଲଘୁଙ୍କୁ ସ୍ଥାନ ଦେଇଛନ୍ତି। ସେହିଭଳି ଅନୁସୂଚିତ ଜାତି ଓ ଜନଜାତି ମତଦାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଭୟ ବର୍ଗର ଯଥାକ୍ରମେ ୭୯ ଓ ୧୭ଜଣଙ୍କୁ ପ୍ରାର୍ଥୀ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories