www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀ ଚାହିଁଲେ ଆମେ ତାଙ୍କୁ ମନ୍ଦିରରେ ପୂଜା କରିବୁ: ମମତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହିଁଲେ ଆମେ ତାଙ୍କ ପାଇଁ ମନ୍ଦିର ତିଆରି କରିଦେବୁ। ମନ୍ଦିରରେ ତାଙ୍କୁ ପୂଜା କରିବୁ ଆଉ ତାଙ୍କୁ ପ୍ରସାଦ ରୂପେ ଢୋକ୍‌‌ଲା ଲାଗି କରିବୁ। ଏଭଳି କଟାକ୍ଷ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଏକ ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ, ଭଗବାନ ତାଙ୍କୁ ଏକ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କରାଇଛନ୍ତି। ସେହି ଉଦ୍ଦେଶ୍ୟ ପୂରଣ ହେବା ପର୍ଯ୍ୟନ୍ତ ସେ ତାଙ୍କ କର୍ତ୍ତବ୍ୟ ଜାରି ରଖିବେ। ତେଣୁ ମୁଁ ମୋ ନିଜକୁ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କୁ ସମର୍ପଣ କରିଦେଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ମମତା ତାଙ୍କୁ କଟାକ୍ଷ କରିଛନ୍ତି।

- Advertisement -

ମମତା କହିଛନ୍ତି, ମୋଦୀ ଯଦି ନିଜକୁ ଭଗବାନ ବୋଲି ମାନୁଛନ୍ତି, ତେବେ ତାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ ହେବା ଉଚିତ। ଯାହା ଫଳରେ ସେ ମନ୍ଦିରରେ ବସିପାରିବେ ଏବଂ ହିଂସା ପାଇଁ ଉସୁକାଇବା ବନ୍ଦ କରିବେ। ମମତା ଆହୁରି କହିଥିଲେ ଯେ, ମୁଁ ଅନେକ ପ୍ରଧାନମନ୍ତ୍ରୀଙ୍କ ସହିତ କାମ କରିଛି। ମନମୋହନ ସିଂହ, ରାଜୀବ ଗାନ୍ଧୀ, ନରସିହ୍ମା ରାଓ, ଦେବେ ଗୌଡ଼ାଙ୍କ ସହିତ କାମ କରିଛି। କିନ୍ତୁ ମୋଦୀଙ୍କ ଭଳି କୌଣସି ପ୍ରଧାନମନ୍ତ୍ରୀଙ୍କୁ ଦେଖିନାହିଁ। ଏଭଳି ପ୍ରଧାନମନ୍ତ୍ରୀଙ୍କର ଆବଶ୍ୟକତା ନାହିଁ ବୋଲି ମମତା ତାତ୍ସଲ୍ୟ କରି କହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories