www.samajalive.in
Saturday, December 6, 2025
15.1 C
Bhubaneswar

ରାକେଶ ରୋଶନଙ୍କୁ ଦେଶର ପ୍ରଥମ ମହାକାଶଚାରୀ କରିଦେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ମିଶନ୍ ଚନ୍ଦ୍ରଯାନ-୩ ବୁଧବାର ସନ୍ଧ୍ୟା ୬ଟା ୦୪ ରେ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିଛି। ଏଥିସହ ଭାରତ ବିଶ୍ବର ପ୍ରଥମ ଦେଶ ଭା​ବେ ଚନ୍ଦ୍ରର ଦକ୍ଷିଣ ମେରୁରେ ନିଜ ମହାକାଶ ଯାନ ଅବତରଣ କରିଛି। ଇତି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଭୁଲ୍ ଏବେ ପରିହାସର ବିଷୟ ପାଲଟିଛି।

ସାଧାରଣ ଲୋକଙ୍କଠାରୁ ବିଶେଷ ବ୍ୟକ୍ତିତ୍ବ ପର୍ଯ୍ୟନ୍ତ ସମସ୍ତେ ନିଜସ୍ବ ଶୈଳୀରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ‘ଚନ୍ଦ୍ର ଅଭିଯାନ’ ପାଇଁ ଅଭିନନ୍ଦନ ଜଣାଯାଇଛନ୍ତି। କିନ୍ତୁ ଇତି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି, ଯେଉଁଥିରେ ସେ ଏପରି କିଛି କହିଛନ୍ତି, ଯାହା ଶୁଣିବା ପରେ ଲୋକ ତାଙ୍କୁ ଜୋରଦାର ଟ୍ରୋଲ୍‌ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚନ୍ଦ୍ରଯାନ-୩ର ସଫଳତା ବିଷୟରେ କହୁଥିଲେ ଏବଂ ଏହି ସମୟରେ ସେ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ମନେପକାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କଥା କହିଛନ୍ତି। ସେ କହିଛନ୍ତି, ଯେତେବେଳେ ରାକେଶ ମହାକାଶରେ ପହଞ୍ଚିଥିଲେ ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ପଚାରିଥିଲେ ଯେ, ‘‘ଭାରତ ଆପଣଙ୍କୁ ଉପରୁ କିପରି ଦିଶୁଛି?’’

- Advertisement -

କିନ୍ତୁ ସେ ରାକେଶ ଶର୍ମାଙ୍କୁ ରାକେଶ ରୋଶନ ବୋଲି କହିଥିଲେ, ଯିଏକି ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା। ଏହାପରେ ମମତା ବାନାର୍ଜୀଙ୍କୁ ସାମାଜିକ ଗଣମାଧ୍ୟମରେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏଠାରେ ସୂଚନାଯୋଗ୍ୟ, କେବଳ ମମତା ବାନାର୍ଜୀ ନୁହଁନ୍ତି, ଆହୁରି କିଛି ନେତା ମଧ୍ୟ ଅଛନ୍ତି, ଯେଉଁମାନେ ଚନ୍ଦ୍ରଯାନ-୩ ଉପରେ ସେମାନଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚାରେ। ଏକ ସମ୍ବାଦ ସରବରାହ ସଂସ୍ଥା ଅନୁଯାୟୀ, ରାଜସ୍ଥାନ ସରକାରରେ କ୍ରୀଡ଼ାମନ୍ତ୍ରୀ ଅଶୋକ ଚାନ୍ଦନା ଚନ୍ଦ୍ରଯାନ -୩ ମିଶନର ‘ଯାତ୍ରୀମାନଙ୍କୁ’ ଅଭିନନ୍ଦନ ଜଣାଇଛନ୍ତି। ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନା କହିଛନ୍ତି, ‘‘ଯଦି ଆମେ ସଫଳ ହୋଇ ସୁରକ୍ଷିତ ଅବତରଣ କରୁ, ତେବେ ମୁଁ ଯାତ୍ରୀମାନଙ୍କୁ ସଲାମ୍‌ କରୁଛି। ଆମ ଦେଶ ବିଜ୍ଞାନ ଏବଂ ମହାକାଶ ଅନୁସନ୍ଧାନରେ ଆଉ ଏକ ପାଦ ଆଗକୁ ବଢିଛି, ଏଥିପାଇଁ ମୁଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।’’


ରାକେଶ ଶର୍ମାଙ୍କ ବିଷୟରେ କହିବାକୁ ଗଲେ, ମହାକାଶଚାରୀ ରାକେଶ ଶର୍ମା ୧୯୮୪ ରେ ସୋଭିଏତ୍ ୟୁନିଅନର ସୋୟୁଜ୍ ଟି-୧୧ ଅଭିଯାନର ଏକ ଅଂଶ ଭାବରେ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ମହାକାଶକୁ ଯାତ୍ରା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories