www.samajalive.in
Friday, December 5, 2025
20.1 C
Bhubaneswar

ମମତା ବାନାର୍ଜୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ସିଲିଗୁଡ଼ି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି। ମଙ୍ଗଳବାର ଖରାପ ପାଗ ଯୋଗୁ ସିଲିଗୁଡ଼ି ନିକଟ ସେଭୋକ ଏୟାରବେସ୍‌ରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଛି।

ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଲପାଇଗୁଡ଼ିରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧନ କରିବା ପରେ ବାଗଡୋଗ୍‌ରା ବିମାନବନ୍ଦରକୁ ଯାଉଥିଲେ, ସେତିକିବେଳେ ତାଙ୍କ ହେଲିକପ୍ଟରଟି ବୈକୁଣ୍ଠପୁରର ଜଙ୍ଗଲ ଉପରେ ଉଡ଼ାଣ ସମୟରେ ଖରାପ ପାଣିପାଗର ସମ୍ମୁଖୀନ ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି, ଏଠାରେ ପ୍ରବଳ ବର୍ଷା ହେଉଛି। ଏଭଳି ପରିସ୍ଥିତିରେ ପାଇଲଟ୍ ଜରୁରୀକାଳୀନ ପରିସ୍ଥିତିରେ ହେଲିକପ୍ଟରକୁ ଅବତରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ଏହି ଘଟଣା ପରେ ନିଷ୍ପତ୍ତି ନିଆଯାଇଛି ଯେ, ମମତା ସଡ଼କ ପଥରେ ବାଗଡୋଗ୍‌ରା ବିମାନବନ୍ଦର ଯିବେ ଏବଂ ସେଠାରୁ କଲକତାକୁ ଉଡ଼ାଣ ଭରିବେ।

- Advertisement -

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଉତ୍ତର ଭାଗର ଅନେକ ଅଞ୍ଚଳ ଗସ୍ତ କରୁଛନ୍ତି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜୁଲାଇ ୮ରେ ଭୋଟ୍ ଗ୍ରହଣ ହେବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories