ଭାରତୀୟ ଓକିଲ ମାଲେସିଆ ଆଟର୍ଣ୍ଣି ଜେନେରାଲ ନିଯୁକ୍ତ
କୁଆଲାଲମ୍ପୁର : ଭାରତୀୟ ଓକିଲ ଟୋମି ଥମାସ୍ ମାଲେସିଆର ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି। ରାଜା ସୁଲତାନ ମହମ୍ମଦ ପଞ୍ଚମ ତାଙ୍କ ନିଯୁକ୍ତିରେ ମୋହର ମାରିଥିବା ରାଜପ୍ରାସାଦ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ଆଟର୍ଣ୍ଣି ଜେନେରାଲ ମହମ୍ମଦ ଆପାଣ୍ଡି ଅଲ୍ଲୀଙ୍କ ସ୍ଥାନରେ ଥମାସ୍ଙ୍କୁ ନିଯୁକ୍ତ କରାଯାଇଛି। ବିଗତ ୫୫ ବର୍ଷ ମଧ୍ୟରେ ଏହି ପଦବି ଲାଭ କରିବାରେ ଥମାସ୍ ମାଲେସିଆର ପ୍ରଥମ ସଂଖ୍ୟାଲଘୁ ଭାରତୀୟ। ଦେଶର ୩୧ ନିୟୁତ ଲୋକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଏହି ଗୁରୁତ୍ୱପୂର୍ଣ୍ଣ ପଦବି ଜଣେ ମୁସଲମାନଙ୍କୁ ପ୍ରଦାନ କରିବା ସପକ୍ଷରେ ମତ ଦେଇଥିଲେ। ମାତ୍ର ଥମାସ୍ଙ୍କୁ ନିଯୁକ୍ତି ମିଳିବା ପରେ ଦେଶରେ ଧାର୍ମିକ ତଥା ଜାତି ଭିତ୍ତିକ ବିବାଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ସୁଲତାନ ସତର୍କ ସୂଚନା ଜାରି କରିଛନ୍ତି। ଏହି ନିଯୁକ୍ତିକୁ ଧର୍ମ ଏବଂ ଜାତିର ଊର୍ଦ୍ଧ୍ବକୁ ଉଠି ସମ୍ମାନ ଦେବାକୁ ସେ ନିର୍ଦେଶ ଦେଇଛନ୍ତି।