www.samajalive.in
Saturday, December 13, 2025
14.1 C
Bhubaneswar

ରାଜ୍ୟରେ ପ୍ରଥମ ମାଲକାନଗିରି – ‘ଇ-ସାକ୍ଷାତ’ରେ କରୋନା ଆକ୍ରାନ୍ତଙ୍କୁ ଦେଖିପାରିବେ ସମ୍ପର୍କୀୟ

ମାଲକାନଗିରି: କରୋନା ଚିକିତ୍ସାଧୀନ ରୋଗୀଙ୍କ ଭଲମନ୍ଦ ସମ୍ପର୍କରେ ସୂଚନା ଜାଣିପାରୁନଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏଥିପାଇଁ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ସମୟରେ ଅପବାଦ ବି ମୁଣ୍ଡାଉଥିଲା। ଏବେ କିନ୍ତୁ ସେଥିରୁ ତ୍ରାହି ପାଇବାକୁ ମାଲକାନଗିରି ଜିଲା ପ୍ରଶାସନ ଆରମ୍ଭ କରିଛି ‘ଇ-ସାକ୍ଷାତ’ ବ୍ୟବସ୍ଥା। ଚିକିତ୍ସାଧୀନ ରୋଗୀଙ୍କ ସହ ସିଧାସଳଖ ଦୃଶ୍ୟଶ୍ରାବ୍ୟ ଜରିଆରେ ସମ୍ପର୍କୀୟମାନେ ସମ୍ପର୍କ ସ୍ଥାପନ କରିବାକୁ ରାଜ୍ୟର ପ୍ରଥମ ଜିଲା ଭାବେ ମାଲକାନଗିରି ଜିଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।

ଜିଲାପାଳ ୟେଦୁଲା ବିଜୟଙ୍କ ତତ୍ତ୍ବାବଧାନରେ ଏହା ଆରମ୍ଭ ହୋଇଛି। ଇ-ସାକ୍ଷାତ ନାମରେ ଏକ କେନ୍ଦ୍ର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଛକରେ ଖୋଲା ଯାଇଛି। ସମ୍ପର୍କୀୟମାନେ ଏହାରି ଜରିଆରେ କରୋନା ରୋଗୀଙ୍କ ସହ ଦୃଶ୍ୟଶ୍ରାବ୍ୟ ଜରିଆରେ ସିଧାସଳଖ ବାର୍ତ୍ତାଳାପ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝି ପାରିବେ। ମାଲକାନଗିରି ପୁରୁଣା ଚିକିତ୍ସାଳୟ ତଥା ବର୍ତ୍ତମାନର କରୋନା ଚିକିତ୍ସାଳ, ବି.ଏଡ କଲେଜ କରୋନା ଯତ୍ନ କେନ୍ଦ୍ର, ସଂଗରୋଧ କେନ୍ଦ୍ର ପ୍ରଭୃତି ସ୍ଥାନରେ ରହୁଥିବା କରୋନା ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ପ୍ରଶାସନ ପ୍ରଦାନ କରିଛି। ଏହି ସବୁ କେନ୍ଦ୍ରରେ ଚିକିତ୍ସାଧୀନ ରୋଗୀଙ୍କ ସହ ସର୍ମ୍ପକୀୟମାନେ ଇ-ସାକ୍ଷାତ ଜରିଆରେ କଥାବାର୍ତ୍ତା କରିବେ। ଭାରତ ବର୍ଷରେ ଏଭଳି ପ୍ରୟାସ କେଉଁଠି ହୋଇନି। ଆଗାମୀ ଦିନରେ ସବୁ ବ୍ଲକ କରୋନା ଚିକିତ୍ସା କେନ୍ଦ୍ରରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ଅନ୍ୟ ଜିଲା ତୁଳନାରେ ମାଲକାନଗିରି ଜିଲାର ସ୍ଥିତି ବର୍ତ୍ତମାନ ଭଲରେ ଅଛି । ମାଲକାନଗିରି ଜିଲା ସବୁଜ ବଳୟରେ ରହିଛି। କରୋନାର ଦ୍ୱିତୀୟ ଲହରରେ ମାଲକାନଗିରି ଜିଲାରେ ପ୍ରତିଦିନ ୩୦ରୁ ୩୫ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଥିଲା। ଗତ ଦୁଇଦିନ ଧରି ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ବଢି ଯାଇଛି। ଆନ୍ଧ୍ର, ତେଲେଙ୍ଗାନାରୁ ମୋଟୁ ସୀମାନ୍ତ ଦେଇ ୧୩ ହଜାରରୁ ଅଧିକ ପ୍ରବାସୀ ଜିଲା ଭିତରକୁ ପ୍ରବେଶ କରିଛନ୍ତି। ମୋଟୁ ସୀମାରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରା ଯାଇଛି। ମୋଟୁ ସୀମାରେ ପ୍ରବାସୀଙ୍କ ପାଇଁ ୨୫ଟି ପ୍ରେରଣ କକ୍ଷ ଖୋଲିବାକୁ ନିଷ୍ପତ୍ତି ନିଆ ଯାଇଛି। ଜିଲା ନୋଡାଲ ଅଧିକାରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ବାବଧାନରେ ଚିକିତ୍ସା ବ୍ୟବସ୍ଥା ଚାଲିଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories