www.samajalive.in
Sunday, December 7, 2025
26.1 C
Bhubaneswar

ମାଲକାନଗିରିରେ କୋଭିଡ୍‌ ମୁକାବିଲା ପାଇଁ ନିଷ୍ଠାପର ଉଦ୍ୟମ ଆବଶ୍ୟକ: ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର କୋଭିଡ-୧୯ ପରିଚାଳନା ଓ ପ୍ଲାଜମା ଦାନ କାର୍ଯ୍ୟକ୍ରମର ଦାୟିତ୍ୱ ଗ୍ରହଣ ପରେ ଆଜି ଇଲେକ୍ଟ୍ରୋନିସ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଭିଡିଓ କନଫରେନ୍ସ ଯୋଗେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ, ଏହି ଜିଲ୍ଲା ଅଧୀନରେ ଥିବା ବ୍ଲକ ପ୍ରଶାସନ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆଜି ଓକାକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବର୍ତ୍ତମାନର କୋଭିଡ- ୧୯ ପରିଚାଳନା ସ୍ଥିତି, କରୋନା ମହାମାରୀ ଏବଂ ପ୍ଲାଜମା ଦାନ ସମ୍ପର୍କିତ ଜନସଚେତନତା କାର୍ୟ୍ୟକ୍ରମ, କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ବ୍ଲକୱାରି ସବିଶେଷ ବିବରଣୀ, ଆଗାମୀ ଦିନରେ ଆସିବାକୁ ଥିବା ସମ୍ଭାବ୍ୟ ପରିସ୍ଥିତି ଓ ଆହ୍ୱାନ, ପ୍ଲାଜମା ଦାନ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଯୋଜନା ପ୍ରସ୍ତୁତି ସହ ଅନ୍ୟାନ୍ୟ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା।

- Advertisement -

ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ ଡାକ୍ତର, ନର୍ସ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି, ଆଶା କର୍ମୀ, ପୁଲିସ ଓ ସରକାରୀ କର୍ମଚାରୀଙ୍କ ଉଦ୍ୟମ ବଳରେ ମାଲକାନଗିରି ଜିଲ୍ଲାର ସଂକ୍ରମଣ ହାରକୁ ଯଥେଷ୍ଟ କମ କରିବାରେ ଆମେ ସକ୍ଷମ ହୋଇ ପାରିଛୁ । ଆଗାମୀ ଦିନରେ କୋଭିଡ- ୧୯ ମହାମାରୀ ବିରୋଧରେ ଚାଲିଥିବା ଏହି ଯୁଦ୍ଧରେ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ ସଫଳ କରିବା ପାଇଁ ସମସ୍ତଙ୍କ ନିଷ୍ଠାପର ଉଦ୍ୟମ ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। କରୋନାରୁ ମୁକ୍ତ ହୋଇଥିବା ସୁସ୍ଥ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ପ୍ଲାଜମା ସଂଗ୍ରହ ପାଇଁ ରକ୍ତଦାନ କରିବାକୁ ଉତ୍ସାହିତ କରିବାକୁ ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରେର ଜିଲ୍ଲାପାଳ ଓ ସିଡିଏମଓ ଜିଲ୍ଲାର କୋଭିଡ ପରିଚାଳନା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ଭିଡ଼ିଓ କନଫରେନ୍ସ ବୈଠକରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଜିଲ୍ଲା ଆରକ୍ଷୀ ଅଧିଧ୍ୟକ ଋଷିକେଶ ଦ୍ୟାନ ଦେଓ ଖିଲାରୀ, ସିଡିଏମଓ., ଜିଲ୍ଲାର ସମସ୍ତ ତହସିଲଦାର, ସମସ୍ତ ବିଡିଓ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories