www.samajalive.in
Saturday, December 6, 2025
26.1 C
Bhubaneswar

ଜଳ ପ୍ରପାତରେ ଭାସିଗଲେ ଦୁଇ ଡାକ୍ତରୀ ଛାତ୍ରୀ, ଜଣେ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରର ଆଲୁରୀ ଜିଲା ଜଳତରଙ୍ଗିନୀ ଜଳପ୍ରପାତରେ ୨ ଡାକ୍ତରୀ ଛାତ୍ରୀ ଭାସିଯାଇ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଛାତ୍ରୀ ନିଖୋଜ ଅଛନ୍ତି। ମାଲକାନଗିରି ଜିଲା ମୋଟୁଠାରୁ ୪୦ କିମି ଦୂରରେ ଜଳତରଙ୍ଗିନୀ ଝରଣା ରହିଛି। ସେଠାକୁ ଏଲୁର  ମେଡିକାଲ କ​ଲେଜର ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ବୁଲିବାକୁ ଯାଇଥିଲେ। ଜଳପ୍ରପାତ ନିକଟରେ ସମସ୍ତେ ବସି ମଜା ନେଉଥିଲାବେଳେ ହଠାତ ପ୍ରଖର ବେଗରେ ପାଣି ମାଡ଼ି ଆସିଥିଲା। ସ୍ରୋତରେ ୪ ଛାତ୍ରୀ ଓ ଜଣେ ଛାତ୍ର ଭାସି ଯାଇଥିଲେ। ତୁରନ୍ତ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ

ଅନ୍ୟମାନେ ଉଦ୍ଧାର କରିବାରେ ସଫଳ ହୋଇଥିଲାବେଳେ ଅନ୍ୟ ୩ ଛାତ୍ରୀ ଭାସି ଯାଇଥିଲେ। ଉଦ୍ଧାର ୨ଜଣଙ୍କୁ ଆନ୍ଧ୍ରର ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପରେ ପାଣିରେ ଭାସି ଯାଇଥିବା ୩ ଜଣଙ୍କ ମଧ୍ୟରୁ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ଥିବା ଅନ୍ୟ ଜଣେ ଛାତ୍ରୀଙ୍କୁ ଖୋଜା ଚାଲିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories