www.samajalive.in
Monday, December 8, 2025
16.1 C
Bhubaneswar

ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରେରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ 

ମାଲକାନଗିରି: ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଦିନିକିଆ ମାଲକାନଗିରି ଜିଲା ଗସ୍ତ କରି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର  ଦେଓ ରଞ୍ଜନ ସିଂ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଦକ୍ଷିଣାଞ୍ଚଳ ଡିଆଇଜି  ଚରଣ ସିଂ ମୀନା, ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ମଞ୍ଚାସିନ ଥିଲେ।
ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରେରଣ କରିବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି। ଅଗ୍ରାଧିକାର ଭିତ୍ତିରେ ଭାଙ୍ଗି ଯାଇଥିବା କଚ୍ଚା ଘର ନିମନ୍ତେ ସହାୟତା ଓ ବିଜୁଳି ସଂଯୋଗିକରଣ ନିମନ୍ତେ ସେ ଗୁରୁତ୍ଵାରୋପ କରିଛନ୍ତି। ଜଣେ ମଧ୍ୟ ପ୍ରଭାବିତ ବ୍ୟକ୍ତି ସରକାରୀ ସହାୟତା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥି ନିମନ୍ତେ ପ୍ରଯତ୍ନ ହେବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ  ଜଳ ଜନିତ ରୋଗକୁ ପ୍ରତିହତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କୁହାଯାଇଛି।
ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନର ବ୍ୟାପକ ପୂର୍ବ ପ୍ରସ୍ତୁତି ଯୋଗୁଁ ଜିରୋ କାଜ୍ଵଲ୍ଟି ସମ୍ଭବ ହୋଇପାରିଛି ବୋଲି ମଧ୍ୟ ସେ ମତ ପ୍ରକାଶ କରିଛନ୍ତି। ପ୍ରତିଦିନ ପାଣିପାଗ ବିଭାଗଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ସତର୍କ ସୂଚନା ସଂପୃକ୍ତ ଜିଲାମାନଙ୍କୁ ନିରନ୍ତର ଭାବେ ପ୍ରେରଣ କରାଯାଉଥିଲା । ଏଥିସହିତ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରରୁ ୨୪ ଘଣ୍ଟିଆ ଭାବେ ପରିସ୍ଥିତି ଉପରେ ନଜର ରଖାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହିଭଳି ସମ୍ବେଦନଶୀଳ ସମୟରେ ଓଡରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସେବା ପ୍ରଶଂସନୀୟ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ  ପୂଜାରୀ ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ରିଲିଫ୍ କୋଡ ଅନୁଯାୟୀ ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ ପର୍ଯ୍ୟାପ୍ତ ସହଯୋଗ ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।  ବୈଠକ ଆରମ୍ଭରେ ଜିଲାପାଳ ପ୍ରବଳ ବର୍ଷାକୁ ମୁକାବିଲା କରିବା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ନେଇ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ।
ସୂଚନା ଥାଉ କି ଭାରତ ପାଣିପାଗ ବିଭାଗ, ଭୁବନେଶ୍ୱର ଠାରୁ ପ୍ରାପ୍ତ ସୂଚନା ମୁତାବକ ସେପ୍ଟେମ୍ବର ୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା କ୍ରମେ ଘନୀଭୂତ ହୋଇ ୮ ତାରିଖରେ ଗଭୀର ଅବପାତରେ ପରିଣତ ହୋଇଥିଲା। ଏହାର ପ୍ରଭାବରେ ୯ ଏବଂ ୧୦ ତାରିଖରେ ମାଲକାନାଗିରି  ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିଲା। ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବିଏସଏଫ୍ ହେଲିପ୍ୟାଡଠାରେ ଅବତରଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯୁଗ୍ମ ସଚିବ, ତ୍ରିଲୋଚନ ମହାନ୍ତିଙ୍କ  ସମେତ ବରିଷ୍ଠ ଅଧିକାରୀ ଓ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories