www.samajalive.in
Friday, December 12, 2025
16.1 C
Bhubaneswar

ପାହାଡ ଡେଇଁ ୧୫ କିମି ଚାଲି ଇଭିଏମ ସହ ଫେରିଲେ ପୁଲିଂ ପାର୍ଟି

ଚିତ୍ରକୋଣ୍ଡା : ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଅଣ୍ଡରାହାଲ, ମୁଦୁଲିପଡା, ବଡ଼ଡୁରାଲ ପଞ୍ଚାୟତର ୬ ଟି ବୁଥରେ ଗୁରୁବାର ନିର୍ବାଚନ ହୋଇଥିଲା । କିନ୍ତୁ ନିର୍ବାଚନ ସରିବା ପରେ ନିର୍ବାଚନକୁ ବିରୋଧ କରି ମାଓବାଦୀ ଆକ୍ରମଣ ଘଟାଇବାକୁ ଯୋଜନା କରୁଥିବା ଯବାନମାନଙ୍କୁ ସୂଚନା ମିଳିଥିଲା। ଫଳରେ ପୁଲିଂ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିଂ ଅଧିକାରୀଙ୍କୁ ଯବାନ ଘାଟିରେ ଚଲାଇ ଚଲାଇ ନେଇଥିଲେ। ପ୍ରାୟ ୫ କିମି ଚାଲି ଚାଲି ଯିବାପରେ ଅନ୍ଧାର ହେବାରୁ ରାତି ବିତାଇବା ପାଇଁ ମୁଦୁଲିପଡା ଘାଟିରେ ସମସ୍ତ ପୋଲିଙ୍ଗ ଅଧିକାରୀ ଓ ସୁରକ୍ଷା ବଳ ଟେଣ୍ଟ ଲଗାଇ ରହିଥିଲେ ।
ଘଞ୍ଚ ଜଙ୍ଗଲରେ ତୁହାକୁ ତୁହା ବର୍ଷା ତା ସହ ମାଓବାଦୀଙ୍କ ଆକ୍ରମଣକୁ ଭୟ। ମନରେ ଏଭଳି ଭୟ ରଖି ପୁଲିଂ ପାର୍ଟି ଜଙ୍ଗଲରେ ରାତି ବିତାଇଥିଲେ। ଖାଇବା ପାଇଁ ଯବାନଙ୍କ ପାଉଁରୁଟି ସହ ଜରିପାଲ ତଳେ ପୁଲିଂ ପାର୍ଟି ରାତି କଟିଥିଲା। ପରେ ରାତି ପାହିବା ପରେ ଘଞ୍ଚ ଅରଣ୍ୟ ମଧ୍ୟରେ ୧୫ କିଲୋମିଟର ଅତିକ୍ରମ କରି ମାଲକାନଗିରି ମୁଖ୍ୟାଳୟରେ ପହଞ୍ଚିଥିଲେ। ରାତି ପାହିବା ପରେ ପୁଲିଂ ପାର୍ଟି ପୁନର୍ବାର ପାହାଡ଼ ଅତିକ୍ରମ କରି ଖଇରପୁଟକୁ ଆସିଥିଲେ । ସେଠାରୁ ଗାଡ଼ି ଯୋଗେ ମାଲକାନଗିରି ଜିଲା ମୁଖ୍ୟାଳୟକୁ ଆସିଥିଲେ ।
ସୂଚନାଯୋଗ୍ୟ ନିର୍ବାଚନକୁ ବିରୋଧ କରି ମାଓବାଦୀ ଆକ୍ରମଣ ଘଟାଇବାକୁ ଯୋଜନା କରୁଥିବା ଯବାନମାନଙ୍କୁ ସୂଚନା ଆସିଥିଲା । ଫଳରେ ପୁଲିଂ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯବାନ ମାନେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories