www.samajalive.in
Friday, December 12, 2025
15.1 C
Bhubaneswar

ମହୁଲ ଫୁଲ ଭର୍ତ୍ତି ଗାଡ଼ି ଜବତ, ଜଣେ ଗିରଫ

ପାଟଣାଗଡ : ବଲାଙ୍ଗୀର ଜିଲା ପାଟଣାଗଡ- ଘସିଏନ ରାସ୍ତାରେ ସହରଠାରୁ ପ୍ରାୟ ୫ କି.ମି ଦୂର ଅପୁରସାଗର ଗ୍ରାମ ନିକଟସ୍ଥ କୁକୁଡା ଫାର୍ମ ନିକଟରେ ଅବକାରୀ ବିଭାଗ ଚଢଉ କରି ଶୁକ୍ରବାର ଚୋରା ଚାଲାଣ ହେଉଥିବା ୧୮ କ୍ୱିଣ୍ଟାଲ ମହୁଲ ଫୁଲ ଭର୍ତ୍ତି ଏକ ଗାଡ଼ି ଜବତ କରିବାସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ଯୁବକଙ୍କ ନାମ ରବୀନ୍ଦ୍ର ସାହୁ। ଅବକାରୀ ବିଭାଗ ଗିରଫ କରି ରବୀନ୍ଦ୍ରକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହାବ୍ୟତୀତ ଚାଲାଣ ହେଉଥିବା ନମ୍ବର ବିହୀନ ଧଳା ରଙ୍ଗର ମହିନ୍ଦ୍ରା ସୁପ୍ରୋ ପିକ୍‍ ଅପ୍‍ ଗାଡିକୁ ମଧ୍ୟ ଜବତ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ।
ସୂଚନା ଯୋଗ୍ୟ, ବ୍ୟାପକ ମହୁଲ ଫୁଲ ଚୋରା ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରାବାର ପେଟ୍ରୋଲିଂ କରାଯାଉଥିବା ବେଳେ ପାଟଣାଗଡ- ଘସିଏନ ରାସ୍ତାରେ ସହରଠାରୁ ପ୍ରାୟ ୫ କି.ମି ଦୂର ଅପୁରସାଗର ଗ୍ରାମ ନିକଟସ୍ଥ କୁକୁଡା ଫାର୍ମ ନିକଟରେ ଉକ୍ତ ଗାଡିକୁ ଯାଞ୍ଚ କରି ବିପୁଳ ପରିମାଣର ମହୁଲ ଫୁଲ ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲେ। ଉକ୍ତ ନମ୍ବର ବିହୀନ ଗାଡିକୁ ଜବତ କରି ସ୍ଥାନୀୟ ଅବକାରୀ କାର୍ଯ୍ୟାଳୟକୁ ନେଇ ଆସିବା ପରେ ସେଥିରେ ୧୮ କ୍ୱିଣ୍ଟାଲ ମହୁଲ ବୋଝେଇ ହୋଇଥିବା ଜଣାପଡିଥିଲା। ଉକ୍ତ ମହୁଲ ଚୋରା ଚାଲାଣରେ ସଂପୃକ୍ତି ଅଭିଯୋଗରେ  ରବୀନ୍ଦ୍ର ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଜବତ ମହୁଲ ଫୁଲର ଆନୁମାନିକ ମୂଲ୍ୟ ପ୍ରାୟ ୩୬ ହଜାର ଟଙ୍କା ବୋଲି କୁହାଯାଇଛି। ଅବକାରୀ ଅଧିକାରୀ ଅର୍ଣ୍ଣପୂର୍ଣ୍ଣା ରଥଙ୍କ ସମେତ ମୋତିଲାଲ ସାଗର, ଅଜିତ ସାହୁ, ଗୁଣମତି ମାଝି ପ୍ରମୁଖ ଏହି ଚଢଉରେ ସାମିଲ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories