www.samajalive.in
Sunday, December 7, 2025
26.1 C
Bhubaneswar

ମାଲକାନଗିରି ଜିଲାରେ ଅନ୍ଧବିଶ୍ବାସର କରୁଣ ଚିତ୍ର, କରୋନାରୁ ବର୍ତ୍ତିବା ପାଇଁ ଶିଶୁଙ୍କୁ ଦିଆଯାଉଛି ଦେଶୀ ରନ୍ଧା ମଦ

ମାଲକାନଗିରି : ପୁଣି ମାଲକାନଗିରି ଜିଲାରେ ଅନ୍ଧବିଶ୍ବାସର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ମହାମାରୀ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଛୋଟ ଛୋଟ ଶିଶୁମାନଙ୍କୁ ଦେଶୀ ରନ୍ଧା ମଦ ପିଇବାକୁ ଦିଆଯାଉଥିବାର ଏକ ଭିଡିଓ ଭାରରାଲ ହେଉଛି। ଯେଉଁ ଭିଡିଓରେ ଦେଖାଯାଉଛି କି ଛୋଟ ଶିଶୁମାନଙ୍କୁ ଧାଡିରେ ବସାଯାଇ ଦେଶୀ ରନ୍ଧା ମଦ ଦିଆଯାଉଛି। ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲା ପଡିଆ ବ୍ଲକର ମାଟେରୁ ପଞ୍ଚାୟତର ପ୍ରଶନପାଲି ଗାଁରେ ଆଦିବାସୀଙ୍କ ବିବାହ ପରେ କରସା ପରମ୍ପରା ଭୋଜିରେ ଶହଶହ ଛୋଟ ପିଲାମାନଙ୍କୁ ଦେଶୀ ରନ୍ଧା ମଦ ପିଇବା ପାଇଁ ଦିଆଯାଇଥିଲା।

କେବଳ ଏତିକି ନୁହେଁ କରୋନା କଟକଣାର ଧଜିଆ ଉଡାଇ ଶହ ଶହ ଲୋକ ଏକତ୍ରିତ ହୋଇଥିବାର ଦେଖିବାକୁ ମଧ୍ୟ ମିଳିଛି। ଏକତ୍ରିତ ହୋଇଥିବା ଲୋକଙ୍କ ମଧ୍ୟରେ କାହାରି ମୁହଁରେ ନଥିଲା ମାସ୍କ କି ନଥିଲା ସାମାଜିକ ଦୂରତା। କରୋନା ମହାମାରୀ ପାଇଁ ପିଲାମାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି ଦେଶୀ ରନ୍ଧା ମଦ ପିଇବା ପାଇଁ ଦିଆଯାଇଥିବା ଜଣାପଡିଛି।

- Advertisement -

କରୋନା ମହାମାରୀ ସମୟରେ ଶିଶୁ ଓ ବୃଦ୍ଧମାନଙ୍କୁ ଅଧିକ ଯତ୍ନବାନ ହେବାପାଇଁ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର ମଧ୍ୟ ଅନୁରୋଧ କରୁଥିବା ବେଳେ ଆଦୀବାସୀ ଜନଜାତି ପରମ୍ପରା ନାମରେ ଅନ୍ଧବିଶ୍ବାସରେ ଛୋଟ ଛୋଟ ଶିଶୁମାନଙ୍କୁ ଦେଶୀ ରନ୍ଧା ମଦ ପିଇବା ପାଇଁ ଦେବା ଚର୍ଚାର ବିଷୟ ପାଲଟିଛି। ଏପରିସ୍ଥଳେ ଆଦିବାସୀ ଜନଜାତୀଙ୍କୁ ଏନେଇ ସଚେତନ କରାଯାଉନଥିବା ମଧ୍ୟ ଅଭିଯୋଗ ହେଉଛି।

 

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories