www.samajalive.in
Saturday, December 6, 2025
15.1 C
Bhubaneswar

ମାଲକାନଗିରିରେ ଜନନୀ ଯନ୍ତ୍ରଣା; ୫ରୁ ୬ କିମି ଖାଲି ପାଦରେ ଚାଲିଲେ ଗର୍ଭବତୀ ମହିଳା

ମାଲକାନଗିରି: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜନନୀ ଯନ୍ତ୍ରଣା ଘଟଣା ସାମ୍ନାକୁ ଆସୁଛି । ସେହିଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି। ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ ହଞ୍ଜରୀଆଗୁଡା ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ରୁ ୬ କିମି ଖାଲି ପାଦରେ ଚଲାଇ ଚଲାଇ ହସ୍ପିଟାଲ ଅଣାଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ହଞ୍ଜରୀଆଗୁଡା ଗ୍ରାମର ଜଣେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଆମ୍ବୁଲାନ୍ସ ପାଇଁ ପୁଷ୍ପକ ସ୍ୱେଚ୍ଛା ସେବୀ ସଂଗଠନକୁ ଫୋନ୍‌ କରିଥିଲେ। ମାତ୍ର ଆମ୍ବୁଲାନ୍ସ ନ ଆସିବାରୁ ମହିଳାଙ୍କୁ ରାସ୍ତାରେ ଚଲାଇ ଚଲାଇ ୫ରୁ ୬ କିମି ଯାଏଁ ନିଆଯାଇଥିଲା। ଏହା ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ସଂପୃକ୍ତ ସ୍ୱେଚ୍ଛାସେବୀ ସଂଗଠନ ନାମରେ ଅଭିଯୋଗ ହୋଇଛି ।

- Advertisement -

ଗ୍ରାମବାସୀ ଆହୁରି ଅଭିଯୋଗ କରି କହିଛନ୍ତି ଯେ, ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ହେଲେ ପୁଷ୍ପକ ଏନଜିଓ ଏହାକୁ ଠିକ ଭାବରେ କାର୍ଯ୍ୟକାରୀ କରୁନାହିଁ। ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଜିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଏବିଷୟରେ ପଚରାଯିବାରୁ ପୁଷ୍ପକ ସ୍ୱେଚ୍ଛା ସେବୀ ସଂଗଠନର ଜଣେ ମହିଳା କହିଛନ୍ତି ଯେ, ମେଡିକାଲରେ ଆମ୍ବୁଲାନ୍ସ ନାହିଁ ଏବଂ କୌଣସି ଅଟୋ କିମ୍ବା ଗାଡି ରାସ୍ତାରେ ମିଳିନଥିଲା। ତେଣୁ ତାଙ୍କୁ ଚଲାଇ ଚଲାଇ ହସ୍ପିଟାଲ ପର୍ଯ୍ୟନ୍ତ ନିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories