www.samajalive.in
Saturday, December 6, 2025
15.1 C
Bhubaneswar

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ; ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୁରକ୍ଷା କର୍ମୀଙ୍କୁ ମିଳିଛି ପୁଣି ଏକ ବଡ ସଫଳତା । ଆନ୍ଧ୍ର ଓ ଓଡିଶା ସୀମାନ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ ସମୟରେ ଏହି ସଫଳତା ମିଳିଛି । ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ କୁସୁମପୁଟ ଜଙ୍ଗଲର ସହ କାଲିମେଳା ଅଞ୍ଚଳର କିଛି ଜଙ୍ଗଲରୁ କିଛି ମାଓ ସାମଗ୍ରୀ ଜବତ ହୋଇଛି । ଏହି ଜବତ ସାମଗ୍ରୀ ଗୁଡିକ ମଧ୍ୟରେ ୩୦୩ ରାଇଫଲ ୨ ଟି, ସହ ୭ ଟି ବନ୍ଧୁକ , ଟିଫିନ ଆଇ ଡି ୨ ଟି, ଇଲେକ୍ଟ୍ରି ତାର, ଗୋଟେ ଗ୍ରେନେଡ଼ , ଟ୍ରଚ ଲାଇଟ, ମାଓ ପୋଷାକ ଭଳି ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ତେବେ ବର୍ତମାନ ମଧ୍ୟ ଅନେକ ଅଞ୍ଚଳରେ ଜବାନ ମାନଙ୍କ ତରଫରୁ କୁମ୍ବିଂ ଅପରେସନ କରାଯାଉଛି। ଏବଂ ଯେଉଁ ମାନେ ବର୍ତମାନ ସୁଦ୍ଧା ମାଓ ବାଦୀଙ୍କୁ ସାହାଯ୍ୟ କରୁଛନ୍ତି ସେମାନେ ମାଓବାଦୀଙ୍କ ହାତ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୁଲିସ ଆଇ ଜି ଅପରେସନ ଅମିତାଭ ଠାକୁର ଆହ୍ୱାନ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories