www.samajalive.in
Saturday, December 6, 2025
23.1 C
Bhubaneswar

ଲୋକପାଳ ମନୋନୟନ କମିଟି ବୈଠକ ବର୍ଜନ କରିବେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ : ଜୁଲାଇ ୧୯ (ଗୁରୁବାର)ରେ ଅନୁଷ୍ଠିତ ହେବାକୁ ଥିବା ଲୋକପାଳ ମନୋନୟନ କମିଟିର ବୈଠକକୁ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଗଡ଼ଗେ ବର୍ଜନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖି ଜଣାଇ ଦେଇଛନ୍ତି। ଲୋକପାଳ ଆଇନ ଅନୁସାରେ ତାଙ୍କୁ ପୂର୍ଣ୍ଣ ସଦସ୍ୟତା ଦିଆନଯିବା ପର୍ଯ୍ୟନ୍ତ ସେ ବୈଠକରେ ସାମିଲ ହେବେ ନାହିଁ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି। ତାଙ୍କୁ ଏହି ବୈଠକକୁ ଏକ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଡକା ଯାଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବ ପତ୍ରରେ ଏହି ପ୍ରସଙ୍ଗ ଉଠାଯାଇଥିଲେ ବି ତାହା ଦୃଷ୍ଟିକୁ ନିଆଯାଇନାହିଁ ବୋଲି କହି ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକପାଳ ମନୋନୟନ କମିଟିର ବୈଠକକୁ ତାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଡକାଯାଇଛି। ହେଲେ ଲୋକପାଳ ଆଇନ୍‍ ଧାରା ୪ରେ ଏଭଳି କୌଣସି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି। ମୋଦୀ ସରକାର ବିରୋଧୀଙ୍କ ମତକୁ ଗୁରୁତ୍ୱ ଦେଉନାହିଁ। ତେଣୁ ଏନଡିଏ ଶାସନକୁ ଆସିବାର ୪ ବର୍ଷ ପରେ ବି ଲୋକପାଳ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇନାହିଁ ବୋଲି ସେ କହିଛନ୍ତି ।
ଉଲ୍ଲେଖ ଯେ ଏହି ମନୋନୟନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଦୀପକ ମିଶ୍ର, ଲୋକସଭା ଅଧ୍ୟକ୍ଷ, ବିରୋଧୀ ଦଳର ନେତା ଏବଂ ଜଣେ ବିଶିଷ୍ଟ ଆଇନଜୀବୀ ସାମିଲ ଅଛନ୍ତି। ବୈଠକ ପରେ ଏହି କମିଟି ଲୋକପାଳ ନିଯୁକ୍ତି ପାଇଁ ଏକ ନାମ ତାଲିକା ସୁପାରିଶ କରିବ।
ପ୍ରକାଶଯୋଗ୍ୟ ଯେ ଗତ ମଙ୍ଗଳବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ ଯେ ଜୁଲାଇ ୧୯ରେ ଲୋକପାଳ ମନୋନୟନ କମିଟିର ବୈଠକ ବସିବ। ଏଥିରେ ବିସ୍ତୃତ ଆଲୋଚନା ପରେ କମିଟି ଲୋକପାଳ ପଦରେ ନିଯୁକ୍ତି ଲାଗି ଏକ ନାମ ତାଲିକା ସୁପାରିସ କରିବ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories