www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମାଳଦ୍ଵୀପ ରାଷ୍ଟ୍ରପତି, କହିଲେ- ଏକାଠି କାମ କରିବା..

ନୂଆଦିଲ୍ଲୀ: ମାଳଦ୍ଵୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ୨୦୨୪ ସାଧାରଣ ନିର୍ବାଚନରେ ଏନଡିଏର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମାଳଦ୍ୱୀପ ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଶି କାର୍ଯ୍ୟ କରିବେ। ମଙ୍ଗଳବାର ଭାରତର ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି, ଯେଉଁଥିରେ ବିଜେପି ନେତୃତ୍ୱାଧୀନ ଏନଡିଏ ବିଜୟ ହାସଲ କରିଛି। ଏହି ବିଜୟକୁ ନେଇ ସାରା ବିଶ୍ୱର ନେତାମାନେ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସାମାଜିକ ଗଣମାଧ୍ୟମରେ ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମନ ମୁଇଜୁ ଲେଖିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଏବଂ ବିଜେପି ନେତୃତ୍ଵାଧୀନ ଏନଡିଏକୁ ଲଗାତାର ତୃତୀୟ ଥର ସାଧାରଣ ନିର୍ବାଚନ ୨୦୨୪ରେ ବିଜୟ ପାଇଁ ଅଭିନନ୍ଦନ। ମୁଁ ଦୁଇ ଦେଶର ସାଧାରଣ ସ୍ୱାର୍ଥ, ସମୃଦ୍ଧି ଏବଂ ସ୍ଥିରତା ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ଆଶା ପୋଷଣ କରୁଛି।’’

- Advertisement -

ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ ମାଳଦ୍ୱୀପ ଏବଂ ଭାରତ ସମ୍ପର୍କରେ ତିକ୍ତତା ଦେଖା ଦେଇଥିଲା ​​ଏବଂ ମହମ୍ମଦ ମୁଇଜୁ ଚୀନ୍ ସମର୍ଥକ ତଥା ଭାରତ ବିରୋଧୀ ନେତା ଭାବରେ ପରିଗଣିତ ହୋଇଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories