www.samajalive.in
Saturday, December 6, 2025
26.1 C
Bhubaneswar

ହ୍ୱାଟ୍ସଆପ୍ ମେସେଜରେ ଫସିଲେ ; ଚାଲିଗଲା ୪୮ ଲକ୍ଷ ଟଙ୍କା..

ନୂଆଦିଲ୍ଲୀ : ସାଇବର ଠକେଇର ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଠକେଇର ଶିକାର ହୋଇ ଜଣେ ବ୍ୟାଙ୍କ ମ୍ୟାନେଜର ୪୮ ଲକ୍ଷ ଟଙ୍କା ହରେଇଛନ୍ତି। ଏହି ଘଟଣା ତାମିଲନାଡୁର କୋଏମ୍ବଟୁରର। କୋଏମ୍ବଟୁରରରେ ବାସ କରୁଥିବା ଜଣେ ବ୍ୟାଙ୍କ ମ୍ୟାନେଜର ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ମେସେଜ ଆସିଥିଲା। ଏହି ମେସେଜ ହ୍ୱାଟ୍ସ ଆପ୍ ଜରିଆରେ ଆସିଥିଲା। ନିଜକୁ ଚାକିରି ଦେବା ସଂସ୍ଥାର ମାଲିକ ବୋଲି କହିବା ସହ ଅଧିକ ଟଙ୍କା ରୋଜଗାର କରିବାର ଲାଳସା ଦେଇଥିଲେ।
୧୪ ମାର୍ଚ୍ଚରୁ ୧ ମେ’ ପର୍ଯ୍ୟନ୍ତ ଚାଲଥିବା ଏହି ଠକେଇରେ ଫସି ବ୍ୟାଙ୍କ ମ୍ୟାନେଜର ଟଙ୍କା ପଠାଇ ଚାଲିଥିଲେ। ଏହାପରେ ନିଜ ଟଙ୍କା ଫେରସ୍ତ ପାଇଁ ଚେଷ୍ଟା କରି ଜାଣିଥିଲେ ସେ ସାଇବର ଠକେଇର ଶିକାର ହୋଇଛନ୍ତି। ଏହାପରେ ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ଘଟଣା ବିଷୟରେ ପୁଲିସ ନିକଟରେ ଜଣାଇବା ସହ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଭିଡିଓ ; ବାଇକରେ ଯାଉଥିଲେ ଯୁବକ, ନା ଥିଲା ହେଲମେଟ୍, ନମ୍ବରପ୍ଲେଟ୍, ତଥାପି କଟିଲାନି ଚାଲାଣ..


ଅଜଣା ନମ୍ବରରେ ଆସୁଥିବା ଫୋନ୍ କଲ୍ କିମ୍ବା ମେସେଜ ଜରିଆରେ ଯେତେ ଲାଳସା ଦେଖାଇଲେ ମଧ୍ୟ ସାବଧାନ ରହିବା ସହ ଠକେଇ ଶିକାର ହେବା ଠାରୁ ଦୂରେଇ ରହିବାକୁ କୁହାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories