www.samajalive.in
Sunday, December 7, 2025
13.1 C
Bhubaneswar

ଓଡ଼ିଶାରେ ଆଇଟି, ଇଲେକ୍ଟ୍ରୋନିକ୍ସ ଶିଳ୍ପ ପ୍ରତିଷ୍ଠା ପାଇଁ ୬ କମ୍ପାନୀ ଆଗ୍ରହୀ

ଭୁବନେଶ୍ୱର : ଓଡ଼ିଶାରେ ସୂଚନା ପ୍ରଯୁକ୍ତି(ଆଇଟି) ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ମେକ୍‍ ଇନ ଓଡ଼ିଶା କନକ୍ଲେଭ। ଏଥର କନକ୍ଲେଭରେ ଉପରୋକ୍ତ କ୍ଷେତ୍ରରେ ମୋଟ ୩୯୧୮କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୬ଟି କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିମଧ୍ୟରୁ କେବଳ ରିଲାଏନ୍ସ ଟେଲିକମ କ୍ଷେତ୍ରରେ ୨ହଜାର କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ ରଖିଛି। ସେହିପରି ରଶ୍ମି ଏଣ୍ଟରପ୍ରାଇଜ ୫୦୦କୋଟି, ସାକ ରୋବୋଟିକ୍ସ ୩୦୦କୋଟି, ସି-ଟେଲ ଇନଫୋ ସିଷ୍ଟମ ପ୍ରାଇଭେଟ ଲିମିଟେଡ଼ ୬୫କୋଟି, ମିଟାସ ଟେକ୍ନୋଲୋଜି ୩୩.୯୫କୋଟି, ସିରମା ଟେକ୍ନୋଲୋଜି ୨୦କୋଟି ଟଙ୍କ ନିବେଶ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏସବୁ କମ୍ପାନୀ ହେଉଛନ୍ତି ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ ସଂସ୍ଥା। ରିଲାଏନ୍ସ ଜିଓ ଟେଲିକମ୍‍ କ୍ଷେତ୍ରରେ ବିଶେଷ କରି ୪ଜି ଇକୁଇପମେଣ୍ଟ ପ୍ରତିଷ୍ଠା ସହିତ ଫାଇବର ହାଇ ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ନେଟୱାର୍କର ବିକାଶ କରୁଛି। ଏ କ୍ଷେତ୍ରରେ କମ୍ପାନୀ ୩୦୦୦କୋଟି ଟଙ୍କା ନିବେଶ କରିବ।
୬ଟି କମ୍ପାନୀରୁ ମିଳିଥିବା ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୨ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏଠାରେ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।


ଆଇଟି ଓ ଇଲେକ୍ଟ୍ରୋନିକ୍ସ, ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଥିବା ସୁଯୋଗ ସମ୍ପର୍କରେ ଅବଗତ କରିବା ନିମନ୍ତେ ଆଜି କନକ୍ଲେଭରେ ପ୍ରମୁଖ ଶିଳ୍ପପତି, ବ୍ୟବସାୟୀ, ଉଦ୍ୟୋଗପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା କହିଥିଲେ ଯେ ରାଜ୍ୟରେ ଦେଶର ପ୍ରମୁଖ ୫ଟି ଆଇଟି ଫାର୍ମ କାର୍ଯ୍ୟରତ ଥିବାବେଳେ ବହୁ ସଂଖ୍ୟକ ଏସଟିପିଆଇ(ସଫ୍ଟୱେର ଟେକ୍ନୋଲୋଜି ପାର୍କ) ରହିଛି। ସୂଚନା ପ୍ରଯୁକ୍ତି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ବଜେଟରେ ୧୦୦୦କୋଟି ଟଙ୍କା ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇଟି ଶିଳ୍ପରେ ଭୁବନେଶ୍ୱରକୁ ଏକ ପ୍ରମୁଖ କ୍ଷେତ୍ରରେ ପରିଣତ କରାଯିବ। ରାଜ୍ୟ ସରକାର ଓରାକଲ ଇଣ୍ଡିଆ ସହଯୋଗରେ ଭୁବନେଶ୍ୱରରେ ଓରାକଲ ଏକାଡ଼େମୀ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ତାଲିମ ପ୍ରଦାନ କରାଯିବ।
ଆଇଟି ବିଭାଗର ପ୍ରମୁଖ ସଚିବ ସି.ଜେ.ବେଣୁଗୋପାଳ କହିଥିଲେ ଯେ ଆଇଟି କ୍ଷେତ୍ରରେ ବାର୍ଷିକ ୧୫ପ୍ରତିଶତ ଅଭିବୃଦ୍ଧି ସହିତ ୪ହଜାର କୋଟିର ରପ୍ତାନି ଲକ୍ଷ୍ୟ ରହିଛି। ଏଥିପାଇଁ ରାଜ୍ୟ ସରକାର ଚିକାଗୋ ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଭୁବନେଶ୍ୱରରେ ଫାବ ଫାଉଣ୍ଡେସନ ସହଯୋଗରେ ଏକ ଫାବ୍ରିକେଶନ ଲାବ ପ୍ରତିଷ୍ଠା କରାଯାଇଛି। ଏହି ଅଧିବେଶନରେ ଭାରତରେ ଥିବା ଫକ୍ସକନ ଇଣ୍ଟରନେସନାଲ ହୋଲଡ଼ିଂର ପରିଚାଳନା ନିର୍ଦେଶକ ଜୋଶ ଫାଉଲଗର କହିଥିଲେ ଯେ ଭାରତରେ ଏବେ ୭୦ ବିଲିୟନ ଆଇଟି ଶିଳ୍ପ ଥିବାବେଳେ ଆସନ୍ତା ୧୦ ବର୍ଷରେ ଏହାର ମୂଲ୍ୟ ୧ଟ୍ରିଲିୟନରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି।
ଇଣ୍ଡିଆ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମିକଣ୍ଡକ୍ଟର ସଂଘର ସଭାପତି ରାଜେଶରାମ ମିଶ୍ର କହିଥିଲେ ଯେ ଓଡ଼ିଶା ଦେଶର ୫ପ୍ରତିଶତ ଇଞ୍ଜିନିୟର ଯୋଗାଉଛି ଏଠାରେ ଦେଶର ମୋଟର ଷ୍ଟାର୍ଟ ଅପ୍‍ର୨.୫ପ୍ରତିଶତ ରହିଛି। ହସ୍ତଶିଳ୍ପ କାରିଗରଙ୍କ ରାଜ୍ୟ ଓଡ଼ିଶାରେ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ବେଶ ସୁଯୋଗ ରହିଛି।
ଆଇଟି ଉତ୍ପାଦନ ସଂଘର ସଭାପତି ନିତିନ କୁନକୋଲିଏଙ୍କର, ଭାରତ ଟେଲିକମ ଇକୁଇପମେଣ୍ଟ ଉତ୍ପାଦନକାରୀ ସଂଘର ଅଧ୍ୟକ୍ଷ ପ୍ରଫେସର ଏନ.କେ. ଗୋଟୟାଲ, ରାଷ୍ଟ୍ରୀୟ ସଫ୍ଟୱେର ଆଣ୍ଡ ସର୍ଭିସେସ କମ୍ପାନୀ ସଂଘର ଆଞ୍ଚଳିକ ମ୍ୟାନେଜର ଶୁଭୋଜିତ ଗାଙ୍ଗୁଲି, ଆଇଆଇଆଇଟିର ନିର୍ଦେଶକ ଗୋପାଳକୃଷ୍ଣ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories