www.samajalive.in
Monday, December 8, 2025
14.1 C
Bhubaneswar

ରଙ୍ଗ ହେଲେଣି କାର୍ତ୍ତିକ ପ୍ରତିମା

କଟକ : ପାର୍ବଣର ଶେଷ ପର୍ବ ରହିଛି କାର୍ତ୍ତିକେଶ୍ୱରକୁ। ତେବେ କାର୍ତ୍ତିକେଶ୍ୱର ଭସାଣିକୁ ନେଇ ସହର ସେତେ ଉଛୁଳେ ନାହିଁ। କଟକିଆଙ୍କ ସବୁ ଗମାତ ଦଶହରା ଓ କାଳୀ ଭସାଣିରେ ସରେ। ସେ ପର୍ବ ସରିଛି; ଏବେ ବିଭିନ୍ନ ମଣ୍ଡପରେ କାର୍ତ୍ତିକେଶ୍ୱରଙ୍କ ମୁର୍ତ୍ତି ନିର୍ମାଣ କାର୍ଯ୍ୟ। କେତେକ ମଣ୍ଡପରେ ଦୋମାଟିଆ ପରେ ଖଡିଚଢା ସରି ପ୍ରତିମାରେ ରଙ୍ଗକାମ ଚାଲିଲାଣି; କାରଣ ଆଉ ୪ଟା ଦିନ ପରେ ସେ ପୂଜା ପାଇବେ। କାର୍ତ୍ତିକ ପୂର୍ଣ୍ଣମୀକୁ ସିନା ଦିନ ୮ଟି ରହିଛି, ପଞ୍ଚୁକ କିନ୍ତୁ ଆରମ୍ଭ ହେଉଛି ୧୯ରୁ ଏବଂ ସେବେଠାରୁ ବହୁ ମଣ୍ଡପରେ ଜାର୍ତ୍ତିକଙ୍କ ପୂଜା ଆରମ୍ଭ ହୋଇଯିବ।
ଏହି ମାସ ଛଡା କାର୍ତ୍ତିକେଶ୍ୱରଙ୍କୁ ପୃଥକ ରୂପେ କେହି ଘରେ ପୂଜା କରନ୍ତି ନାହିଁ। ବିଭିନ୍ନ ସାହି ମଣ୍ଡପରେ ତାଙ୍କ ପୂଜାକୁ ନେଇ ମଧ୍ୟ ଭିନ୍ନତା ରହିଛି। କେଉଁଠି ପଞ୍ଚୁକ ୫ ଦିନ କାର୍ତ୍ତିକେଶ୍ୱରଙ୍କ ପୂଜା କରାଯାଏ ତ ଅନ୍ୟ କେଉଁ ମଣ୍ଡପରେ ଇଏ ତିନିଦିନ ପୂଜା ପାଆନ୍ତି। ଅବଶ୍ୟ କେବଳ ପୂର୍ଣ୍ଣମୀ ଦିନରେ ମଧ୍ୟ ମଣ୍ଡପରେ କାର୍ତ୍ତିକଙ୍କ ପୂଜା ହୋଇଥାଏ। ତେବେ ଏ ମହାନଗରୀରେ ୫ ଓ ୩ଦିନିଆ ପୂଜା ପ୍ରାୟ ହୁଏ, ଅଧିକାଂଶ ମଣ୍ଡପରେ ୫ଦିନିଆ କରାଯାଏ। ସେହି ଅନୁସାରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଜସଜ୍ଜା ମଧ୍ୟ ବେଶ୍‍ ହୋଇଥାଏ ଏବଂ ଅଧିକ ଗୁରୁତ୍ୱ ଦିଆଯାଏ ଆଲୋକ ସଜ୍ଜାକୁ।
ରାଣୀହାଟ ବଜାର ଗୋପାଳସାହି ପୂଜା କମିଟି କରେ ବିଶାଳ କାର୍ତ୍ତିକ ମେଢ। ଏ ସହରର ଇଏ ସବୁଠାରୁ ବିଶାଳ କାର୍ତ୍ତିକ ପ୍ରତିମା; ଯାହା ପୂର୍ବରୁ ଥିଲା ଏବଂ ଏବେ ବି ରହିଛି। ଅବଶ୍ୟ ମଝିରେ କିଛି ବର୍ଷ ଶଗଡିଆସାହି ପ୍ରଫେସରପଡା ପୂଜାକମିଟିର କାର୍ତ୍ତିକ ମୂର୍ତ୍ତି ମଧ୍ୟ ବିଶାଳ ରୂପରେ ଗଢା ହେଲା। ଗୋଟିଏ ଏମିତି ବି ସମୟ ଆସିଛି; ଉଭୟ ଗୋପାଳସାହି ଓ ଶଗଡ଼ିଆସାହିର କାର୍ତ୍ତିକ ପ୍ରତିମାଙ୍କୁ ଗଢିଛନ୍ତି ସମାନ ଶିଳ୍ପୀ। ତେବେ ପରବର୍ତ୍ତୀକାଳରେ ସେଠି(ଶଗଡ଼ିଆସାହି-ପ୍ରଫେସରପଡା) ଦଶହରାରେ ହରପାର୍ବତୀ ବଦଳରେ ଦୁର୍ଗାଙ୍କ ପ୍ରତିମା ଗଢାଯିବା ପରେ ଆଉ କାର୍ତ୍ତିକପୂଜା ନ ହୋଇ କାଳୀପୂଜା କରାଗଲା। ଏଥର ରାଣୀହାଟ ବଜାର ଗୋପାଳସାହିର କାର୍ତ୍ତିକ ମୂର୍ତ୍ତି ଗଢୁଛନ୍ତି ଶିଳ୍ପୀ କୁମ୍ଭାର ସାହିର ଅଭିଜ୍ଞ ବିନ୍ଧାଣୀ ମାୟାଧର ବେହେରା। ପ୍ରତିମାରେ ରଙ୍ଗକାମ ସରିଆସିଲାଣି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories