www.samajalive.in
Saturday, December 6, 2025
15.1 C
Bhubaneswar

ନିବେଶ ପାଇଁ ଓଡ଼ିଶା ଅନୁକୂଳ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମେକ-ଇନ ଓଡ଼ିଶା କନ୍‌କ୍ଲେଭର ତୃତୀୟ ସଂସ୍କରଣ। ଏହା ପୂର୍ବରୁ ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ନିବେଶକ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ୬ ଦିନିଆ ଦିଲ୍ଲୀ ଗସ୍ତ ପରିପ୍ରେକ୍ଷୀରେ ଆଜି ଦେଶ ବିଦେଶର ବହୁ ଶିଳ୍ପପତି ଏବଂ ନିବେଶକଙ୍କୁ ସମ୍ବୋଧିତ କରି ଓଡ଼ିଶା‌େ‌ର ପୁଞ୍ଜି ନିବେଶ ନିମନ୍ତେ ଆଗାମୀ ମେକ ଇନ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ। ନିବେଶକଙ୍କୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶା ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଗତ ଦେଢ଼ ଦଶନ୍ଧି ଧରି କ୍ରମାଗତଭାବେ ଜାତୀୟ ହାରଠାରୁ ଅଧିକ ଅଭିବୃଦ୍ଧି ହାସଲ କରିଆସୁଛି। ୩୦ଟି ଦେଶରୁ ଆସିଥିବା ଶିଳ୍ପପତି ଓ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୫୦ରୁ ଅଧିକ ପୁଞ୍ଜିପତିଙ୍କୁ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପ ବିକାଶ ପାଇଁ ଥିବା ସମ୍ଭାବନା, ଖଣିଜସମ୍ପଦ, ଅନୁକୂଳ ବାତାବରଣ ସମ୍ପର୍କରେ ଅବଗତ କରାଇଥିଲେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ସମସ୍ତପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଓଡ଼ିଶା ଷ୍ଟିଲ, ଷ୍ଟେନଲେସ ଷ୍ଟିଲ ଓ ଆଲୁମିନିୟମ ଉତ୍ପାଦନରେ ଦେଶରେ ସର୍ବାଗ୍ରେ ରହିଛି। କେମିକାଲ, ପେଟ୍ରୋକେମିକାଲ, ବୟନଶିଳ୍ପ, ଆଇଟି ଓ ଆଇଟିଇଏସ ଏବଂ ଖାଦ୍ୟପ୍ରକ୍ରିୟାକରଣରେ ଅଗ୍ରଣୀ ରହିଛି। ସବୁଜ ଉଦ୍‌ଜାନ ଓ ସବୁଜ ଆମୋନିଆ ପରି କ୍ଷେତ୍ରରେ ମଧ୍ୟ ପୁଞ୍ଜି ଆକର୍ଷଣ କରିବାରେ ରାଜ୍ୟ ସକ୍ଷମ ହୋଇଛି। ମେକ୍ ଇନ ଓଡ଼ିଶା କେବଳ ଓଡ଼ିଶାର ସଫଳତା ପ୍ରଦର୍ଶନର ମଞ୍ଚ ନୁହେଁ ବରଂ ଏହାକୁ କିପରି ଅଧିକ ସଫଳ କରାଯାଇପାରିବ ସେ ନେଇ ବିଶ୍ବସ୍ତରୀୟ ପ୍ରତିନିଧିଙ୍କ ସହ ବିଚାରବିମର୍ଶ କରିବାର ମାଧ୍ୟମ ହେବ। ୨୦୧୬ରେ ମେକ୍ ଇନ ଓଡ଼ିଶା ଆରମ୍ଭ ହୋଇଥିବାବେଳେ ସେହିବର୍ଷ ୨ ଲକ୍ଷ କୋଟି ଟଙ୍କାର ୧୨୦ଟି ପ୍ରକଳ୍ପ ପାଇଁ ଓ ୨୦୧୮ରେ ୪ ଲକ୍ଷ କୋଟି ପୁଞ୍ଜି ନିବେଶ ସୁଯୋଗ ଆସିଥିଲା। ତୃତୀୟ ସଂସ୍କରଣ ରାଜ୍ୟ ପାଇଁ ଅଧିକ ସଫଳ ହେବ ଏବଂ ଓଡ଼ିଶାର ଏହି ଅଭିଯାନରେ ସାମିଲ ହେବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଥିଲେ।
ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, ଓଡ଼ିଶା ଏହାର ଚିତ୍ତାକର୍ଷକ ହସ୍ପଶିଳ୍ପ ଓ ହସ୍ତତନ୍ତ ପାଇଁ ପ୍ରସିଦ୍ଧ। ଏବେ ଭଦ୍ରକଠାରେ ଏକ ବୈଷୟିକ ବୟନଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ଦକ୍ଷ ଶ୍ରମଶକ୍ତି ସୃଷ୍ଟି ଉପରେ ଗୁରୁତ୍ବ ଦେଇ ପ୍ରାୟ ୨୦୦ ଇଞ୍ଜିନିୟରିଂ କଲେଜ ଏବଂ ୧୦୦୦ ଆଇଟିଆଇ ପ୍ରତିଷ୍ଠା କରିଛନ୍ତି। ଦେଶରେ ସବୁଠୁ ଅଧିକ କୁଶଳୀ ଶ୍ରମଶକ୍ତି ସୃଷ୍ଟି ଆମର ଲକ୍ଷ୍ୟ ବୋଲି ଶ୍ରୀ ଦେବ କହିଛନ୍ତି। ଶିଳ୍ପ ସଚିବ ହେମନ୍ତ ଶର୍ମା ରାଜ୍ୟର ବ୍ୟବସାୟିକ ବାତାବରଣ, ଖର୍ଚ୍ଚ ଓ ପ୍ରଭାବ ସମ୍ପର୍କରେ କହିଥିଲେ।
ମୁଖ୍ୟମନ୍ତ୍ରୀ ଏହି ବୈଠକ ଅବସରରେ ୩୦ଟି ଦେଶର ଆମ୍ବାସଡ଼ର ଏବଂ ଭାରତର ବିଭିନ୍ନ ଶିଳ୍ପସଂସ୍ଥାର ୫୦ଜଣ ପ୍ରତିନିଧିଙ୍କୁ ଭେଟି ଆଗାମୀ ମେକ ଇନ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories