www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ଖାତାକୁ ଯିବ ‘କାଳିଆ’ ଟଙ୍କା

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ଗୁରୁବାର ରାଜ୍ୟର ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସହାୟତା ଟଙ୍କା ଦିଆଯିବ। ୪୧ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଡିବିଟି(ପ୍ରତ୍ୟକ୍ଷ ହିତାଧିକାରୀ ହସ୍ତାନ୍ତର) ମାଧ୍ୟମରେ କାଳିଆ କିସ୍ତି ଟଙ୍କା ପଠାଯିବ। ଏଥର ଅଷ୍ଟମ କିସ୍ତିରେ ପ୍ରତି ଚାଷୀଙ୍କୁ ୨ ହଜାର ଲେଖାଏଁ ଟଙ୍କା ମିଳିବ। ଏ ବାବଦରେ ମୋଟ୍ ୮୬୯ କୋଟି ଟଙ୍କା ରାଜ୍ୟ ସରକାର ରାଜକୋଷରୁ ବ୍ୟୟ କରି​‌େ​‌ବ। ବର୍ଷକୁ ଦୁଇଥର ଅକ୍ଷୟ ତୃତୀୟା ଓ ନୂଆଁଖାଇରେ ଚାଷୀଙ୍କୁ ସରକାର କାଳିଆ ସହାୟତା ବାବଦରେ ୨ ହଜାର ଟଙ୍କା ଲେଖାଏଁ ବର୍ଷକୁ ମୋଟ ୪ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଯୋଜନା ଆରମ୍ଭର ପ୍ରଥମ ବର୍ଷର ଦୁଇଟି କିସ୍ତିରେ ଚାଷୀଙ୍କୁ ମୋଟ ୧୦ ହଜାର ଟଙ୍କା ଦିଆଯାଇଥିଲା। ପରେ ବାର୍ଷିକ ୧୦ ହଜାରରୁ ଏହାକୁ ୪ ହଜାରକୁ କମାଇ ଦିଆଯାଇଛି। ରାଜ୍ୟର କୃଷକ ମାନଙ୍କୁ ଚାଷ କାର୍ଯ୍ୟରେ ସହାୟତା ଲାଗି ଏହି ଅର୍ଥ ପ୍ରଦାନ କରାଯାଇଆସୁଛି।


ଅନ୍ୟପକ୍ଷରେ ଗଣପର୍ବ ନୂଆଖାଇର ପୂର୍ବ ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି। ମା’ ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ପ୍ରାର୍ଥନା କରିଥିବା ଜଣାପଡିଛି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories