www.samajalive.in
Sunday, December 7, 2025
23.1 C
Bhubaneswar

ମହିଳା‌ ବିଜେଡିର ପୁନର୍ଗଠନ, କସ୍ତୁରୀ ମହାପାତ୍ର ମହାସଚିବ

ଭୁବନେଶ୍ବର : ବିଜେଡିରେ ଚାଲିଛି ସାଂଗଠନିକ ପୁନର୍ଗଠନ ପର୍ବ। ଏହିକ୍ରମରେ ମହିଳା ବିଜେଡିର ପୁନର୍ବିନ୍ୟାସ ହୋଇଛି। ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ବିଜେଡିର ରାଜ୍ୟ କାର୍ଯ୍ୟକର୍ତ୍ତା ଏବଂ ଜିଲା ସଭାପତିଙ୍କୁ ନିଯୁକ୍ତ କରିଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ବାରା ନବନିଯୁକ୍ତ କର୍ମକର୍ତ୍ତାଙ୍କ ତାଲିକା ଜାରି ହୋଇଛି। ଯୁବ ଏବଂ ଛାତ୍ର ଟିମ ଭଳି ୩୮୭ ଜଣିଆ ଜୁମ୍ବୋ ମହିଳା ଟିମ୍ ଗଠନ କରାଯାଇଛି।
ଏହି ନବଗଠିତ ଟିମରେ ୨୩ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାପତି, ଜଣେ ମହାସଚିବ, ୭ ଜୋନ ସଭାପତି, ୧୬ ବରିଷ୍ଠ ଉପସଭାପତି, ୪୫ ଉପସଭାପତି, ୭୧ ସାଧାରଣ ସମ୍ପାଦକ, ୮୦ ସମ୍ପାଦକ, ୩୩ ଯୁଗ୍ମ ସମ୍ପାଦକ, ୩୪ ସାଂଗଠନିକ ଜିଲା ସଭାପତି, ୬୮ କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି। କସ୍ତୁରୀ ମହାପାତ୍ର ମହାସଚିବ ପଦ ବଜାୟ ରଖିଛନ୍ତି। ସୁବାସିନୀ ଜେନା, ସୁଲତା ଦେଓ ଏବଂ ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି।
୨୩ ଉପଦେଷ୍ଟା ହେଲେ ପ୍ରମିଳା ବିଶୋୟୀ (ସାଂସଦ), ରାଜଶ୍ରୀ ମଲ୍ଲିକ (ସାଂସଦ), ମଞ୍ଜୁଲତା ମଣ୍ଡଳ (ସାଂସଦ), ସରୋଜିନୀ ହେମ୍ବ୍ରମ୍ (ପୂର୍ବତନ ସାଂସଦ), ରୀତା ତରାଇ (ପୂର୍ବତନ ସାଂସଦ), ପ୍ରମିଳା ବହିଦାର, ରେଣୁବାଳା ପ୍ରଧାନ (ପୂର୍ବତନ ସାଂସଦ), ବାସନ୍ତୀ ହେମ୍ବ୍ରମ୍ (ମନ୍ତ୍ରୀ), ରୀତା ସାହୁ (ମନ୍ତ୍ରୀ), ଶର୍ମିଷ୍ଠା ସେଠୀ (ସାଂସଦ), ଚନ୍ଦ୍ରାଣୀ ମୁର୍ମୁ (ସାଂସଦ), ମମତା ମହନ୍ତ (ସାଂସଦ), ପଦ୍ମିନୀ ଦିଆନ (ବିଧାୟିକା), ସାବିତ୍ରୀ ଅଗ୍ରୱାଲ୍ (ବିଧାୟିକା), ଲତିକା ପ୍ରଧାନ (ବିଧାୟିକା), ନନ୍ଦିନୀ ଦେବୀ (ପୂର୍ବତନ ବିଧାୟିକା), ସୀମାରାଣୀ ନାୟକ (ପୂର୍ବତନ ବିଧାୟିକା), ମଞ୍ଜୁଳା ସ୍ୱାଇଁ (ବିଧାୟିକା), ମିନତି ବେ‌େ‌ହରା, ଅଳକା ମହାନ୍ତି (ବିଧାୟିକା), ସୂର୍ଯ୍ୟମଣି ବୈଦ୍ୟ (ବିଧାୟିକା), ମୀନାକ୍ଷୀ ମହନ୍ତ (ବିଧାୟିକା) ଏବଂ ସୁନନ୍ଦା ଦାସ (ବିଧାୟିକା)। ବରିଷ୍ଠ ଉପସଭାପତି ଭାବେ ଜ୍ୟୋତି ପାଣିଗ୍ରାହୀ, କନକପ୍ରଭା ଲେଙ୍କା, ସନ୍ଧ୍ୟାରାଣୀ ବିଶ୍ୱାଳ, ସଂଯୁକ୍ତା ମହାନ୍ତି, ପଦ୍ମିନୀ ଶେଖର ଦେଓ, କବିତା ପୁରୋହିତ, ବାସନ୍ତୀ ମହାପାତ୍ର, ଉଷାରାଣୀ ମହାନ୍ତି, ସରଳା ସ୍ୱାଇଁ, ନିବେଦିତା ନାୟକ, ଶକୁନ୍ତଳା ସାହୁ, ସସ୍ମିତା ନନ୍ଦ, ଊର୍ମିଳା ଦାସ, ଇଂ. ରୀନା ତନ୍ତୀ, ମାଳତୀ ଗୁରୁ, ସୁଜାତା ପଣ୍ଡା, ସବିତା ଆଚାର୍ଯ୍ୟ, ପ୍ରଭାସିନୀ ନନ୍ଦଙ୍କୁ ଦାୟିତ୍ବ ମିଳିଛି। ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼କୁ ନେଇ ଗଠିତ ଭୁବନେଶ୍ବର ଜୋନର ସଭାପତି ଭାବେ ସଂଯୁକ୍ତା ମାହାଲ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ପୁଷ୍ପାଞ୍ଜଳି ରଣାଙ୍କୁ ନିଯୁକ୍ତ କରାଯାଇଛି। ସେହିପରି କଟକ, କଟକ ନଗର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଓ ଅନୁଗୋଳକୁ ନେଇ ଗଠିତ କଟକ ଜୋନ ସଭାପତି ଭାବେ ସୁଭଦ୍ରା ଦାସ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ପ୍ରଭାସିନୀ ଷଡ଼ଙ୍ଗୀ ନିଯୁକ୍ତ ହୋଇଛନ୍ତି। ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ-୧, ମୟୂରଭଞ୍ଜ-୨କୁ ନେଇ ଗଠିତ ବାଲେଶ୍ବର ଜୋନ ସଭାପତି ଭାବେ ବୀଣାପାଣି ସାହୁ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ମୀନା ମାଝୀଙ୍କୁ ଦାୟିତ୍ବ ଦିଆଯାଇଛି। ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଏବଂ ବରଗଡ଼କୁ ନେଇ ଗଠିତ ସମ୍ବଲପୁର ଜୋନ ସଭାପତି ଭାବେ ସିପ୍ରା ମହାନ୍ତି ଏବଂ କାର୍ଯ୍ୟକାରୀ ସଭାପତି ଭା‌େ‌ବ ସନ୍ଧ୍ୟାରାଣୀ ଲାକ୍ରାଙ୍କୁ ଦାୟିତ୍ବ ମିିଳିଛି। ବଲାଙ୍ଗୀର, ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡିକୁ ନେଇ ଗଠିତ ବଲାଙ୍ଗିର ଜୋନ ସଭାପତି ଭାବେ କଲ୍ୟାଣୀ ନାୟକ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ପୁଷ୍ପାଞ୍ଜଳି ପାଣ୍ଡେଙ୍କୁ ଦାୟିତ୍ବ ଦିଆଯାଇଛି। ଗଞ୍ଜାମ, ବ୍ରହ୍ମପୁର, ଗଜପତି, କନ୍ଧମାଳ ଏବଂ ବୌଦ୍ଧକୁ ନେଇ ଗଢ଼ାଯାଇଥିବା ଗଞ୍ଜାମ ଜୋନ ସଭାପତି ଭାବେ ମମତା ବିଶୋୟୀ ନିଯୁକ୍ତ ହୋଇଛନ୍ତି। ମାଲକାନଗିିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ାକୁ ନେଇ ଗଠିତ କୋରାପୁଟ ଜୋନ ସଭାପତି ଭାବେ ଲତା ରାୟ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ସୁକାନ୍ତି ବୁର୍ଦ୍ଦାଙ୍କୁ ନିଯୁକ୍ତି ମିଳିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories