www.samajalive.in
Saturday, December 6, 2025
17.1 C
Bhubaneswar

ଭକ୍ତଶୂନ୍ୟ ଭାବରେ ପ୍ରଭୁ ଧବଳେଶ୍ୱରଙ୍କ ମକରଯାତ୍ରା ସଂପନ୍ନ

ଗୁରୁଡିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଭକ୍ତବିହୀନ ଭାବରେ ଆଜି ପ୍ରଭୁଙ୍କ ମକରଯାତ୍ରା ସଂପନ୍ନ ହୋଇଛି। କୋଭିଡ କଟକଣା ଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁ ପୀଠରେ ରୁଣ୍ଡ ହେବାର ସମ୍ଭାବନା ଥିବାରୁ ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ପୀଠରେ ୧୪୪ ଧାରା ଜାରି କରିଥିଲେ। କେବଳ ଧବଳେଶ୍ୱର ପୂଜକ ସମିତିର କର୍ମକର୍ତ୍ତା ଓ ପୂଜକ ପୀଠରେ ଉପସ୍ଥିତ ରହିଥିଲେ। ଦେବୋତ୍ତର ବିଭାଗର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ନୀତିପାଳିଆ ବିଜୟ କୁମାର ପତ୍ରୀ ପ୍ରଭୁଙ୍କ ମକର ସଂକ୍ରାନ୍ତିର ସମସ୍ତ ନୀତିକାନ୍ତି ସଂପନ୍ନ କରିଥିଲେ। ଭୋର ୪ଟାରୁ ପ୍ରଭୁଙ୍କ ପହଡ ଖୋଲାଯାଇ ଆଳତୀ ଓ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ପ୍ରଭୁଙ୍କର ମକର ସଂକ୍ରାନ୍ତି ବେଶ ଅନୁଷ୍ଠିତ ହେବା ପରେ ବଲ୍ଳଭ ଭୋଗ ଓ ସିଂକୁଡି ଭୋଗ ଲାଗିକରାଯାଇଥିଲା। ଅପରାହ୍ନ ସାଢେ ୧୨ଟାରେ ପ୍ରଭୁଙ୍କୁ ପୁନର୍ବାର ସ୍ନାନ କରାଯାଇ ଅରୁଆ ଚାଉଳରେ ପ୍ରସ୍ତୁତ ମକର ଭୋଗ ଓ ତେଲୁଆ ପିଠା ଅର୍ପଣ କରାଯାଇଥିଲା।

ଏହାପରେ ବିଧି ଅନୁଯାୟୀ ପ୍ରଭୁ ଧବଳେଶ୍ୱରଙ୍କ ଚଳନ୍ତି ପ୍ରତିମାକୁ ବିମାନରେ ବେଢା ଚତୁପାର୍ଶ୍ବ ପରିକ୍ରମା କରାଯାଇଥିଲା, ଯାହାକି ଅତ୍ୟନ୍ତ ଦୁର୍ଲ୍ଲଭ ଅଟେ। ଏହାକୁ ଚଳିତବର୍ଷ ଶ୍ରଦ୍ଧାଳୁମାନେ ଦେଖିବାରୁ ବଞ୍ଚିତ ହୋଇଛନ୍ତି। ପ୍ରଭୁଙ୍କ ପୀଠରେଆଜିର ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଆସିବା ସହିତ ପୀଠ ଭକ୍ତମୟ ହୋଇଯାଏ। ପ୍ରଭୁଙ୍କୁ ଦର୍ଶନ ସାରି ଦୁର୍ଲ୍ଲଭ ବେଢା ପରିକ୍ରମା ଦେଖିବା ପରେ କେହିକେହି ଭକ୍ତ ପୀଠରେ ଗୁଡି ଉଡାଇଥାଆନ୍ତି। କିନ୍ତୁ ଏ ସବୁ ଚଳିତବର୍ଷ କରୋନା ପାଇଁ ଭକ୍ତମାନଙ୍କୁ ପ୍ରବେଶ କରାଇ ଦିଆଯାଇ ନ ଥିଲା। କେବଳ ପୂଜକ ପୀଠକୁ ଯାଇ ପ୍ରଭୁଙ୍କର ସମସ୍ତ ନୀତିକାନ୍ତି ସଂପନ୍ନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories