ଦ୍ୱିପ୍ରହରର ମୁଖ୍ୟ ଖବର ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By Samaja Digital On Jul 16, 2019 Share ଜାତୀୟ ମୁମ୍ବାଇରେ ଅଟ୍ଟାଳିକା ଭୁଶୁଡି ୨ ମୃତ, ୫ ସୁରକ୍ଷିତ ଉଦ୍ଧାର ମୁମ୍ବାଇ : ମୁମ୍ବାଇର ଡୋଙ୍ଗରିରେ ଡାଣ୍ଟେଲ ଗଳିରେ କେଶରବାଇ ନାମକ ଏକ ୪ ମହଲା ବିଷିଷ୍ଟ ଅଟ୍ଟାଳିକା ଭୁଶୁଡି ପଡି ୨ ଜଣଙ୍କ ମୃତ୍ୟୁ ହୋଇଛି । ଅଟ୍ଟାଳିକର ଭଗ୍ନାବଶେଷ ମଧ୍ୟରୁ ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଅଟ୍ଟାଳିକର ଭଗ୍ନାବଶେଷରେ ଆହୁରି ଅନେକ ଲୋକ ଦବି ରହିଥିବା ଅଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ମିନିଟରେ ମୁମ୍ବାଇର ଡୋଙ୍ଗରିରେ ଡାଣ୍ଟେଲ ଗଳିରେ କେଶରବାଇ ନାମକ ଏକ ୪ ମହଲା ବିଷିଷ୍ଟ ଅଟ୍ଟାଳିକ ଭୁଶୁଡି ପଡିଥିଲା । ଏହି ଅଟ୍ଟାଳିକା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏଥିରେ ପ୍ରାୟ ୮ ରୁ ୧୦ଟି ପରିବାର ରହୁଥିଲେ। ଅଟ୍ଟାଳିକାଟି ୮୦ ରୁ ୧୦୦ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି । ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଆଶିଂକ ଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୧ରେ ହାଣ୍ଡିଛାଡ ଓ ଦେବ ନୀତି ମଙ୍ଗଳବାର ଗୁରୁପୂର୍ଣ୍ଣିମାରେ ଭାରତରେ ଆଂଶିକ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଏଥିପାଇଁ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ସାରି ପୂଜାପାଠ ସହ ଦେବନୀତି,ଖାଦ୍ୟ ଗ୍ରହଣ ଓ ଅନ୍ନଭୋଜନ କରିପାରିବେ ବୁଧବାର ଭୋର ଚାରିଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ଓ ଦେବନୀତି ସ୍ନାନ କରି କରିହେବ । ଗ୍ରହଣର ସାତ ଦିନ ପର୍ଯ୍ୟନ୍ତ ଗ୍ରହଣ ସପ୍ତାହ ଲାଗୁଥିବାରୁ ଶୁଭ କାର୍ଯ୍ୟ ଓ ନୂତନ କାର୍ଯ୍ୟ ନ କରିବା ପାଇଁ ବିଶ୍ୱାସ ରହିଛି । ଜୁଲାଇ ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ ଶ୍ରୀକ୍ଷେତ୍ର ପୁରୀରେ ରାତି ୧୨ଟା ୧୪ ମିନିଟରେ ଚନ୍ଦ୍ରରେ ମଳିନ୍ୟ ଓ ରାତି ଗୋଟାଏ ୩୨ରେ ଆଂଶିକ ଚନ୍ଦ୍ରଗ୍ରହଣ ଓ ରାତି ୩ଟା ଏକ ମିନିଟରେ ଗ୍ରହଣ ମଧ୍ୟ ରାତି ୪ଟା୩୦ରେ ସର୍ବମୋକ୍ଷ ହେବ । ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିଙ୍କ ପକ୍ଷେ ନିୟମ ଲାଗୁ ନହେଲେ ଚଳିବ ।ରାତି ୩ଟା ୧୫ ମଧ୍ୟେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ,ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପକ୍ଷେ ଗ୍ରହଣ ଦର୍ଶନ ଅଶୁଭ ଫଳ ପ୍ରଦାନ କରିବ। ସିଂହ,କନ୍ୟା,ବିଚ୍ଛା ,ତୁଳା ରାଶି ପାଇଁ ଶୁଭ ରହିବ। Related Posts ସାପୁଆ ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ Jan 14, 2025 ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ଫକୀର… Jan 14, 2025 ଅନ୍ତର୍ଜାତୀୟ ଇଣ୍ଡୋନେସିଆରେ ୫.୭ ତୀବ୍ରତାର ଭୂକମ୍ପ ଅନୁଭୂତ ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ବିଗତ ୩ ଦିନ ମଧ୍ୟରେ ଅନେକ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯୟୀ ମଙ୍ଗଳବାର ଇଣ୍ଡୋନେସିଆର ବାଲି, ଲୋମ୍ବକ ଓ ପୂର୍ବ ଯାଭାରେ ଅଧିକ ମାତ୍ରାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୭ ଥିଲା । ହେଲେ ଏହି ଭୂକମ୍ପ ଦ୍ବାରା ସୁନାମୀ ସୃଷ୍ଟି ହେବାର କୌଣସି ସମ୍ଭାବନା ନାହିଁ। ଭୂକମ୍ପର କେନ୍ଦ୍ର ଦକ୍ଷିଣ-ପଶ୍ଚିମ ବାଲିର ୮୨ କିମି ଦୂରତାରେ ଥିଲା। ୟୁନାଇଡେଟ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ପ୍ରଭାବରେ କେତେକ ଘର ଏବଂ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଭାଙ୍ଗିରୁଜି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ଆଞ୍ଚଳିକ ପଟ୍ଟନାୟିକିଆ ଛକ ହତ୍ୟାକାଣ୍ଡରେ ୬ ଗିରଫ ଭୁବନେଶ୍ବର : ପୁରୀ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ରବିବାର ଘଟିଥିବା ନିର୍ମମ ହତ୍ୟାକାଣ୍ଡ ଘଟଣାରେ ମଙ୍ଗଳବାର ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସମେତ ମୋଟ ୬ ଜଣଙ୍କୁ ପୁଲିସ ଗିରଫ କରିଛି । ବାଇକକୁ ପିଟିଲା ଟ୍ରକ୍; ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର ହରଭଙ୍ଗା : ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ବଦଲା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବାଇକକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ପୁଲିସ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । Share FacebookTwitterWhatsApp
Comments are closed.