ମୁମ୍ବାଇ : ମୁମ୍ବାଇର ଡୋଙ୍ଗରିରେ ଡାଣ୍ଟେଲ ଗଳିରେ କେଶରବାଇ ନାମକ ଏକ ୪ ମହଲା ବିଷିଷ୍ଟ ଅଟ୍ଟାଳିକା ଭୁଶୁଡି ପଡି ୨ ଜଣଙ୍କ ମୃତ୍ୟୁ ହୋଇଛି । ଅଟ୍ଟାଳିକର ଭଗ୍ନାବଶେଷ ମଧ୍ୟରୁ ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଅଟ୍ଟାଳିକର ଭଗ୍ନାବଶେଷରେ ଆହୁରି ଅନେକ ଲୋକ ଦବି ରହିଥିବା ଅଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ମିନିଟରେ ମୁମ୍ବାଇର ଡୋଙ୍ଗରିରେ ଡାଣ୍ଟେଲ ଗଳିରେ କେଶରବାଇ ନାମକ ଏକ ୪ ମହଲା ବିଷିଷ୍ଟ ଅଟ୍ଟାଳିକ ଭୁଶୁଡି ପଡିଥିଲା । ଏହି ଅଟ୍ଟାଳିକା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏଥିରେ ପ୍ରାୟ ୮ ରୁ ୧୦ଟି ପରିବାର ରହୁଥିଲେ। ଅଟ୍ଟାଳିକାଟି ୮୦ ରୁ ୧୦୦ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି ।



