www.samajalive.in
Sunday, December 14, 2025
16.1 C
Bhubaneswar

ବହୁଚର୍ଚ୍ଚିତ ବାବୁରାମ ହତ୍ୟାକାଣ୍ଡ ମାମଲା: ୭ବର୍ଷ ପରେ ଗିରଫ ହେଲା ଫେରାର ଅଭିଯୁକ୍ତ

ପିପିଲି : ୨୦୧୪ ମସିହାରେ ପିପିଲି ଥାନା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ବାବୁରାମ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଫେରାରଥିବା ଅଭିଯୁକ୍ତ ମଇନ ଓରଫ ମହେନ୍ଦ୍ର ବେହେରା (୬୧)କୁ ହତ୍ୟାକାଣ୍ଡର ଦୀର୍ଘ ୭ବର୍ଷ ପରେ ବଳଙ୍ଗା ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମଇନକୁ ପିପିଲି କୋର୍ଟରେ ପୁଲିସ ହାଜର କରିଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ମଇନ ର ଘର ବଳଙ୍ଗା ଥାନା ରଥପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନା ଅନୁଯାଇ, ଗତ ୨୦୧୪ ମସିହା ଜୁନ ମାସ ୧୬ ତାରିଖ ରାତିରେ କଟକର ବିଡାନାସି ଥାନା ଅନ୍ତର୍ଗତ ତୁଳସୀପୁର ଉପର ପୁଲିସ କଲୋନୀର ବାସିନ୍ଦା ବାବୁରାମ ପଣ୍ଡା(୨୬)ଙ୍କୁ ପିପିଲିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ବାବୁରାମ ସେହି ରାତିରେ ନିଜର କେତେକ ସାଙ୍ଗଙ୍କ ସହ ଇଣ୍ଡିଗୋ କାରରେ ପୁରୀ ବୁଲିବାକୁ ଯାଉଥିବା ବେଳେ ରାତି ପ୍ରାୟ ୨ଟା ସମୟରେ ସେମାନେ ତେଇସିପୁର ସ୍ଥିତ “ମା କାଳି ହୋଟେଲ’ରେ ଖାଇଥିଲେ । ସେଠାରେ କିଛି ଯୁବକଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ତେବେ, ସେମାନେ ପୁରୀ ନଯାଇ ସେହି ଇଣ୍ଡିଗୋ କାରରେ କଟକ ଫେରିବା ବାଟରେ ଢାବା ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ତାଙ୍କ ଗାଡିକୁ ଉକ୍ତ ଗଣ୍ଡଗୋଳକାରୀ ଯୁବକ ମାନେ ରାସ୍ତାରେ ଅଟକାଇବା ସହ ବାବୁରାମ ଓ ତାଙ୍କ ସାଙ୍ଗ କିଷନଲାଲଙ୍କ ଉପରେ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ବାବୁରାମର ମୁଣ୍ଡରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ, ବାବୁରାମଙ୍କ ସାଙ୍ଗ ମାନେ ତାଙ୍କୁ ଉକ୍ତ କାରରେ କଟକ ବଡ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏ ସଂପର୍କରେ ମୃତ ବାବୁରାମଙ୍କ ବାପା ତୈଲୋକ୍ୟ ପଣ୍ଡାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପିପିଲି ପୁଲିସରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍‍କାଳୀନ ଏସ୍‍.ଆଇ ଏସ୍‍.ଦାଶରଥି ପାତ୍ର ବିଭିନ୍ନ ସ୍ଥାନରେ ଚଢାଉ କରି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପିପିଲି ଥାନା ଅନ୍ତର୍ଗତ ମାଳିକପାଳି ଗ୍ରାମର ବାସୁଦେବ ବେହେରା(୩୫), ଚନ୍ଦ୍ରାଦେଇପୁର ପଞ୍ଚାୟତ ଅନ୍ତର୍ଗତ ମାଟିସାହି ଗ୍ରାମର ଜଗନ୍ନାଥ ବେହେରା(୨୪), ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାଦାଶପୁର ସରଣପଞ୍ଜର ଗ୍ରାମର ମକରା ଓରଫ କାଳିଆ ବେହେରା(୪୦) ଓ ସୁରେନ୍ଦ୍ର ବେହେରା(୩୮)ଙ୍କୁ ଗିରଫ କରି ସେହି ମାସ ୨୦ ତାରିଖରେ କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତ ମଇନ ଓରଫ ମହେନ୍ଦ୍ର ବେହେରା ଫେରାର ରହିଥିଲା । ଅଭିଯୁକ୍ତ ମଇନକୁ ଫେରାର ଦର୍ଶାଇ ପୁଲିସ ଏହି ମାମଲାର ଅଭିଯୋଗଫର୍ଦ୍ଦକୁ କୋର୍ଟରେ ଦାଖଲ କରିବା ପରେ ଅଭିଯୁକ୍ତ ମଇନ ନାମରେ ଜାମିନ ବିହିନ ଗିରଫ ପରୱାନା ଜାରି କରାଯାଇଥିଲା । ତେବେ ବଳଙ୍ଗା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ମଇନକୁ ଗତକାଲି ଗିରଫ କରିବାରେ ସଫଳ ହୋଇଥିଲେ ।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories