www.samajalive.in
Sunday, December 14, 2025
19.1 C
Bhubaneswar

ନିର୍ମାଣ କାର୍ଯ୍ୟରେ ସାମିଲ ହେଲେ ମହିଳା ଗୋଷ୍ଠୀ

ଟିଟିଲାଗଡ଼: ନିର୍ବାଚନ ସମୟରେ ଭୋଟ ପ୍ରଚାରରେ ସହାୟତା ପାଇଁ କର୍ମିଙ୍କୁ ନେତାଏ କାମ ବାଣ୍ଟିବା ଏକ ପ୍ରଥା ରହିଛି। ତେବେ ସମ୍ପ୍ରତି ସହରାଂଚଳ ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନାରେ ମହିଳା ଗୋଷ୍ଠୀଙ୍କୁ ଠିକାଦାର ଭାବରେ ନିର୍ମାଣ କାର୍ଯ୍ୟ ଦାୟିତ୍ୱ ନ୍ୟସ୍ତ କରାଯିବା ଆଲୋଚନାର ବିଷୟ ହୋଇଛି। ବିଶେଷ କରି ସଟଡାଉନ, ଲକଡାଉନ, ସପ୍ତାହାନ୍ତ ସଟଡାଉନ, ସାନ୍ଧ୍ୟକାଳିନ କର୍ଫୁ, ସାମାଜିକ କାର୍ଯ୍ୟରେ ରୋକ ଆଦି ନେଇ ସହରରେ ବିଭିନ୍ନ ସ୍ତରରେ କାର୍ୟ୍ୟ କରୁଥିବା ଗରିବ ଖଟିଖିଆ ବେକାର ହୋଇଛନ୍ତି। ଏନେଇ ପରିବାର ଚଳିବା ମୁସ୍କିଲ ହୋଇପଡିଛି। ଏପରିପ୍ରେକ୍ଷୀରେ ଗରିବ ପରିବାରଙ୍କୁ କାମ ଧନ୍ଦା ଯୋଗାଇଦେବା ଆହ୍ୱାନ ପାଲଟିଛି।

ଟିଟିଲାଗଡ ପୌରାଂଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ବାନ ୱେଜ ଏମ୍ପ୍ଲଏମେଣ୍ଟ ଇନିସିଏଟିଭ ଯୋଜନାରେ ସହରି ଶ୍ରମିକଙ୍କୁ କାମ ଧନ୍ଦା ଯୋଗାଇ ଦିଆଯାଉଛି। ଏହି ଯୋଜନାରେ କୁଶଳି ଚିତ୍ରକରଙ୍କଠାରୁ ଆରମ୍ଭ କରି ଅଣକୁଶଳି ଶ୍ରମିକ ପର୍ଯ୍ୟନ୍ତ ଲାଭବାନ ହୋଇପାରିଛନ୍ତି। ଏନେଇ ପ୍ରାଥମିକ ସ୍ତରରେ ଗତ ମାସ ୧୮ରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ପ୍ରାଥମିକ ସ୍ତରରେ ୧୪ ଲକ୍ଷ ୯୪ ହଜାର ୫୨୦ ଟଙ୍କା ଅଟକଳରେ ୨୮ଟି ପ୍ରକଳ୍ପ କାର୍ୟ୍ୟାନ୍ୱୟନ ପାଇଁ ମହିଳା ଗୋଷ୍ଠିଙ୍କୁ କାର୍ୟ୍ୟାଦେଶ ବଣ୍ଟନ କରିଥିଲେ। ଯୋଜନାରେ ସହରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଥା ରୋଜଗାର ପ୍ରଦାନ ଉଦ୍ଦେଶ୍ୟ ନେଇ ୯୪ ଲକ୍ଷ ଟଙ୍କାର ୭୮ଟି ପ୍ରକଲ୍ପ କାର୍ଯ୍ୟନ୍ୱିତ ହେବ ବୋଲି ଜଣାପଡିଛି। ପୌର ନିର୍ବାହି ଭାବରେ ସଦ୍ୟ ଦାୟିତ୍ୱରେ ରହିଥିବା ଟିଟିଲାଗଡ ଉପଜିଲାପାଳ ସୌମେଶ ଉପାଧ୍ୟାୟ ଏନେଇ ସମ୍ପୃକ୍ତ ମହିଳା ଗୋଷ୍ଠିଙ୍କୁ ଉତ୍ସାହିତ କରୁଛନ୍ତି। ପୌର ପରିଷଦ କାର୍ୟ୍ୟାଳୟ ପରିସରରେ ନିର୍ମାଣ କାର୍ୟ୍ୟ ସମେତ ସହରର ବିଭିନ୍ନ ସାହିବସ୍ତିରେ ଡ୍ରେନ ମରାମତି, ସଫେଇ ଆଦି ବିଭିନ୍ନ କାର୍ୟ୍ୟ ଦାୟିତ୍ୱ ପାଇଥିବା ମହିଳା ଗୋଷ୍ଠି ସଦସ୍ୟା ନିଜେ ଉପସ୍ଥିତ ରହି ତଦାରଖ କରୁଥିବା ଦେଖାଯାଇଛି। ପୁର୍ବରୁ ଟିଟିଲାଗଡ ପୌର ପରିଷଦ ପକ୍ଷରୁ ମହିଳାଙ୍କ ସ୍ୱାବଲମ୍ବନ ପାଇଁ ରାଜ୍ୟ ପ୍ରଥମ ମହିଳା ହାଟ ଆରମ୍ଭ ହୋଇ ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ କରୋନା ମହାମାରି ମହିଳା ଗୋଷ୍ଠିଙ୍କୁ ନିରୁତ୍ସାହିତ କରିଥିବା ବେଳେ ସମ୍ପ୍ରତି ନିର୍ମାଣ କାର୍ୟ୍ୟରେ ମହିଳାମାନେ ସମ୍ମୁଖକୁ ଆସିବା ଶୁଭ ସଙ୍କେତ ବୋଲି ବୁଦ୍ଧିଜୀବୀ ମହଲରେ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରାଯାଇଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories