www.samajalive.in
Tuesday, December 9, 2025
15.1 C
Bhubaneswar

ବାବା ଧବଳେଶ୍ବର ପୀଠରେ ଜାଗର ପୂଜା

କଟକ : କଟକ ଆଠଗଡ଼ ବାବା ଧବଳେଶ୍ବର ପୀଠରେ ଜାରି ରହିଛି ଜାଗର ପୂଜା। ବାବାଙ୍କୁ ଆଜି ବିଭିନ୍ନ ବେଶରେ ସଜାଇଛନ୍ତି ପୂଜକ । ଯାହାକୁ ଦେଖିବା ଓ ଆଶ୍ରୀର୍ବାଦ ପାଇବା ପାଇଁ ଆଠଗଡ଼ର ଏହି ପ୍ରସିଦ୍ଧ ଶୈବ ପୀଠକୁ ଛୁଟିଛି ଭକ୍ତଙ୍କ ସୁଅ।  ସକାଳୁ ସକାଳୁ ହିଁ ଭକ୍ତଙ୍କ ଆଗମନ ମନ୍ଦିର ପରିସରକୁ ଆରମ୍ଭ ହୋଇଛି। ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ଶଙ୍ଖ ହୁଳହୁଳି ,ହରିବୋଲ ନାଦରେ କମ୍ପୁଛି ମନ୍ଦିର ପରିସର। ତେବେ କଟକର ସମସ୍ତ ଶୈବ ମନ୍ଦିର ମଧ୍ୟରେ ଅନ୍ୟତମ ହେଉଛନ୍ତି ବାବା ଧବଳେଶ୍ବର ।   ବାବା ଧବଳେଶ୍ବରଙ୍କ ପୀଠରେ ବେଶ ଆଡ଼ମ୍ବର ସହ ପାଳନ ହୁଏ ଜାଗର।  ଗୋଟିଏ ପଟେ ଗ୍ରାମଞ୍ଚଳ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବେଳେ ମନ୍ଦିର ପ୍ରଶାସକ ପକ୍ଷରରୁ ସୁରକ୍ଷିତ ଦର୍ଶନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମୟ ଗଡ଼ିବା ସହ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବିଦ୍ୟୁତ , ପାନୀୟ ଜଳ , ପରିମଳ ଦିଗକୁ ବେଶ ଫୋକସ କରିଛି ଜିଲାପ୍ରଶାସନ । ଯାହାଦ୍ୱାରା ଭକ୍ତ ଓ ଶ୍ରଦ୍ଧାଳୁ ମାନେ କୌଣସି ପ୍ରକାର ଅସୁବିଧାର ସମୁଖୀନ ହେବେ ନାହିଁ। ତେବେ ପବିତ୍ର ଜାଗରରେ ବାବା ଧବଳେଶ୍ଵରଙ୍କ ପାଖରେ ଆଜି ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ। ସେପଟେ ପୂଜକ ସମିତି ପକ୍ଷରୁ ରାତ୍ର ଚାରିଟାରେ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବା ସହିତ ବାବା ଧବଳେଶ୍ବରଙ୍କୁ କେତକୀ ଫୁଲରେ ସଜ୍ଜିତ  କରାଯାଇ ସଧାରଣ ଦର୍ଶନ ନିମନ୍ତେ ମନ୍ଦିରର ଦ୍ଵାର ଫିଟା ଯାଇଥିଲା । ଅପରାହ୍ନରେ ଚାରି ପ୍ରହର ପୂଜା କରାଯିବ ସହିତ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି କରାଯାଇ ବେଢ଼ା ପରିକ୍ରମା କରିବା ପରେ ହରିହର  ଭେଟ  କରାଯାଇ ରାତ୍ର ୧ ଟାରେ ମହାଦୀପ  ଉଠିବ । ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories