www.samajalive.in
Saturday, December 6, 2025
16.1 C
Bhubaneswar

ଚମତ୍କାର ବୁଦ୍ଧି ; ବାଘ ପଶିଲା ଘରେ , ପିଲା କଲା ଏମିତି.. ଦେଖନ୍ତୁ ଭିିଡିଓ

ମୁମ୍ବଇ : ପିଲାଦିନେ ସଭିଏଁ ଗୋଟିଏ କଥା ନିଶ୍ଚୟ ଶୁଣିଥିବେ, ଜଙ୍ଗଲକୁ ବୁଲିବାକୁ ଯିବୁ, ଫଳ ଖାଇବୁ, ବାଘ ଆସିଲେ ଡରିବୁନି.. ଏହି କଥା ସାଧାରଣତଃ ପିଲାମାନଙ୍କୁ ମଜାରେ କହି ତାଙ୍କ ଆଖିକୁ ଫୁଙ୍କି ଥାଆନ୍ତି। ଆଖି ପତା ପଡିଲେ ଡରିଗଲୁ ବୋଲି କହି ମଜା କରିଥାଆନ୍ତି। ମାତ୍ର ପିଲାଟିର ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌‌ ହେଉଛି। ଯାହାକୁ ଦେଖିଲେ ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବ। ଜଙ୍ଗଲ ନୁହେଁ ବରଂ କବାଟ ଖୋଲା ଥିବା ବେଳେ ଘର ଭିତରକୁ ଏକ ବାଘ ପଶି ଆସୁଛି। ପିଲାଟି ଏହା ଦେଖି ଭୟ କରୁନାହିଁ ବରଂ ବାହାରକୁ ଯାଇ କବାଟ ଦେଇ ଦେଉଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌‌ ହେବା ସହ ଲୋକେ ପିଲାଟିର ବୁଦ୍ଧିକୁ ପ୍ରଂଶସା କରିବା ସହ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି। ଏହି ଘଟଣାଟି ମହାରାଷ୍ଟ୍ରର ମାଲେଗାଁର। ଭିଡିଓରେ ଦେଖାଯାଉଛି।


ପିଲାଟି ଘର ଭିତରେ ଏକ ଖଟ ଉପରେ ବସି ମୋବାଇଲ୍‌‌ ଦେଖୁଛି। ଘରର କବାଟ ଖୋଲା ରହିଛି, ହଠାତ୍‌‌ ଏକ ଚିତାବାଘ ଘର ଭିତରକୁ ପଶି ଆସୁଛି। ପିଲାଟି ଆଦୌ ଭୟ ନକରି ନିଜ ବୁଦ୍ଧିବଳୟରେ ଧିରେ ଧିରେ ବାହାରକୁ ଯାଇ ଘରର କବାଟ ବନ୍ଦ କରି ଦେଉଛି। ବାଘ ମଧ୍ୟ ପିଲାଟିକୁ ଦେଖି ପାରି ନାହିଁ। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ପିଲାଟିର ଉପସ୍ଥିତ ବୁଦ୍ଧି ଯୋଗୁଁ ତା’ର ଜୀବନ ବଞ୍ଚି ଯାଇ ପାରିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories