ମୁମ୍ବଇ : ମହାରାଷ୍ଟ୍ରର ଅକୋଟା ଜିଲାରେ ପ୍ରହାର ଜନଶକ୍ତି ପାର୍ଟି(ପିଜେପି)ର ଜଣେ ସ୍ଥାନୀୟ ନେତାଙ୍କୁ ଗୁଳୁକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ପିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ଶନିବାର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୁଲିସ ସୂଚନା ଅନୁସାରେ, ମହାରାଷ୍ଟ୍ରର ଅକୋଟା ଜିଲାରେ ପ୍ରହାର ଜନଶକ୍ତି ପାର୍ଟି(ପିଜେପି)ର ସ୍ଥାନୀୟ ନେତା ତୁଷାର ପୁଣ୍ଡକରଙ୍କୁ ଶୁକ୍ରବାର ସକାଳ ୧୦ଟାରେ ଦୁଇ ଜଣ ଦୁର୍ବୃତ୍ତ ମଟରସାଇକଲରେ ଆସି ଗୁଳି କରି ଫେରାର ହୋଇଯାଇଥିଲେ। ଏହାପରେ ତୁଷାରଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ପୁଲିସ ଗୋଟିଏ ବନ୍ଧୁକ ଓ ଦୁଇଟି ଗୁଳି ଜବତ କରିଛି। ମାମଲାର ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ରର ପ୍ରହାର ଜନଶକ୍ତି ପାର୍ଟି ନେତାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
Popular Categories



