www.samajalive.in
Saturday, December 6, 2025
17.1 C
Bhubaneswar

ମହାରାଷ୍ଟ୍ର ; ମଲ୍‌ , ମଲ୍ଟିପ୍ଲେକ୍ସ ଓ ରେସ୍ତୋରାଁ ଖୋଲାଯିବା ନେଇ ପ୍ରସ୍ତୁତି

ମୁମ୍ବଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି । ଏହା ମଧ୍ୟରେ ରାଜ୍ୟରେ ମଲ୍‌ , ମଲ୍ଟିପ୍ଲେକ୍ସ ଓ ରେସ୍ତୋରାଁ ୫୦ ପ୍ରତିଶତ କ୍ଷମତାରେ ଖୋଲିବା ପାଇଁ ପ୍ରସ୍ତୁତି କରାଯାଉଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ଏହାସହ କୋଭିଡ -୧୯ର ଟାସ୍କ ଫୋର୍ସର ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହାଦ୍ୱାରା ମୁମ୍ବଇ ସମେତ ଯେଉଁ ୨୫ ଜିଲାରେ ସଂକ୍ରମଣ ହ୍ରାସ ପାଇଛି ସେଠାରେ ଗାଇଡଲାଇନ ନେଇ କଥାବାର୍ତ୍ତା ହୋଇଛନ୍ତି । ପ୍ରତିବନ୍ଧକ ହଟାଇବା ସହ କିଛି ନିଦେ୍ର୍ଦଶନାମା ଜାରି କରାଯାଇଛି ।
ସୂଚନା ଅନୁଯାୟୀ, ମୁମ୍ବଇର ଲୋକାଲ୍‌ ଟ୍ରେନରେ ସାଧାରଣ ଲୋକଙ୍କ ଯାତାୟାତ ନେଇ ରେଳ ଅଧିକାରୀଙ୍କ ସହ ସରକାର ଖୁବ ଶୀଘ୍ର ଆଲୋଚନା କରିବେ । ସେହି ମାନଙ୍କୁ ହିଁ ଯାତାୟାତ ନେଇ ଅନୁମତି ମିଳିବ ଯେଉଁମାନେ ୨ଟି ପାନ ଟିକା ନେଇଥିବେ । ଅନ୍ୟମାନଙ୍କ ଯାତ୍ରା ପାଇଁ ମଧ୍ୟ ଆଲୋଚନା କରାଯିବ ।
ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୭,୨୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯୦ ଜଣଙ୍କର ମୃତୁ୍ୟ ମଧ୍ୟ ହୋଇଛି । ରାଜ୍ୟରେ ମୋଟ ସଂକ୍ରମଣ ୬,୨୯୦,୧୫୬ରେ ପହଞ୍ଚିଛି । ୧୩୨,୩୩୫ ଜଣଙ୍କର ମୃତୁ୍ୟ ହୋଇ ସାରିଛି । ଏବେ ୭୮, ୫୬୨ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ୨୪ ଘଣ୍ଟାରେ ୧୯୦,୧୮୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭ ହାର ୩.୮% ରହିଛି ବୋଲି ସୂଚନା ମିଳିଛି ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories