www.samajalive.in
Saturday, December 6, 2025
17.1 C
Bhubaneswar

ଲୁହା କଡ଼େଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପରମ୍ପରା। ମହାପ୍ରଭୁଙ୍କ ପାଇଁ ଲୁହା କଡେଇରେ ପ୍ରସ୍ତୁତ ହେଉଛି ଅନ୍ନ ମହାପ୍ରସାଦ। ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଗୁରୁବାର କେତେକ ସୁଆର ସେବକଙ୍କୁ ନୋଟିସ୍ ଜାରି କରାଯାଇଛି। କରୋନା ମହାମାରୀ ସମୟରୁ ପ୍ରାୟ ପାଞ୍ଚ ବର୍ଷ ଧରି ଶ୍ରୀଜଗନ୍ନାଥ ମନ୍ଦିର ରୋଷଶାଳା ଏଭଳି ଅଘଟଣ ଚାଲିଛି। ନିଯୋଗର ଜଣେ କର୍ମକର୍ତ୍ତା ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିଯୋଗୁ କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଆବଶ୍ୟକତା ଅନୁଯାୟୀ ମାଟି ହାଣ୍ଡି ମିଳୁନଥିବା ଆଳକରି କେତେକ ସୁଆର ସେବକ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ କରିଥିବା ସେ କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଶ୍ରୀମନ୍ଦିର ରୋଷଶାଳାରେ ଚୁଲିରେ ମାଟି କୁଡ଼ୁଆରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ଗୋଟିଏ ଚୁଲିରେ ଏକକାଳୀନ ଛଅ ଗୋଟି ମାଟି କୁଡୁଆ ବସାଯାଏ। ସେଥିରୁ ବାଇହାଣ୍ଡି ସମେତ ଅନ୍ୟ ମାଟି କୁଡୁଆକୁ ଅନ୍ନ ସ୍ଥାନାନ୍ତର କରାଯାଏ। ଶ୍ରୀମନ୍ଦିର ରୋଷଶାଳାରେ ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ବ୍ୟବସ୍ଥା ନାହିଁ। ଏହା ସମ୍ପୂର୍ଣ୍ଣ ପରମ୍ପରା ବିରୋଧୀ, କିନ୍ତୁ ସେଥିରେ ରୋଷେଇ ଅଧିକ ସହଜ ହେଉଥିବାରୁ କେତେକ ସୁଆର ସେବକ ଏହି ପରମ୍ପରା ବିରୋଧୀ ବ୍ୟବସ୍ଥା ପାଞ୍ଚବର୍ଷ ଧରି ଆପଣେଇଛନ୍ତି। ଏହାକୁ ନେଇ ସୁଆର ମହାସୁଆର ସେବକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ କରି କେତେକ ସୁଆର ସେବକ ପ୍ରଭୁଙ୍କ ପ୍ରତି ଅସମ୍ମାନ କରିବା ସହ ଭକ୍ତଙ୍କ ଭାବାବେଗକୁ ଗଭୀର ଭାବେ ଆଘାତ ଦେଇଛନ୍ତି। ତେଣୁ ଏହି ଅଭିଯୋଗର ତୁରନ୍ତ ତଦନ୍ତ କରାଯିବା ସହ ଶହ ଶହ ବର୍ଷର ପରମ୍ପରା ଭଙ୍ଗ କରୁଥିବା ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ କହିଛନ୍ତି ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories