www.samajalive.in
Wednesday, December 10, 2025
14.1 C
Bhubaneswar

ଭକ୍ତଙ୍କୁ ମିଳିବ ମହାପ୍ରସାଦ, ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ପବିତ୍ର କାର୍ତ୍ତିକ ମାସରେ ଭକ୍ତଙ୍କୁ ମହାପ୍ରସାଦ ଯୋଗାଇ ଦେବାପାଇଁ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଭକ୍ତମାନେ ଧାଡିରେ ଆସି ଟୋକନ କାଟିବେ ଓ ମହାପ୍ରସାଦ ନେଇପାରିବେ। ଏଥିପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଦୁଇଟି କାଉଣ୍ଟର ଖୋଲାଯିବ ବୋଲି ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ପ୍ରକାଶ କରିଛନ୍ତି।
ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି ଯେ ଗତକାଲି ଛତିଶାନିଯୋଗ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ମହାପ୍ରସାଦ ପାଇଁ ସେଡ ଓ କାଉଣ୍ଟର କରାଯିବା ଉପରେ ଆଲୋଚନା ହୋଇଥିଲା। ପୁରୀ ଜିଲା ପ୍ରଶାସନ ଆଜିଠାରୁ ସେଡ ବ୍ୟବସ୍ଥା କରୁଛି। ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ହେଉଥିବା ସେଡର ଲମ୍ବ ୫୦ ଫୁଟ ଓ ଓସାର ୫୦ ଫୁଟ ରଖାଯାଇଛି। ପ୍ରତି ସେଡ଼ରେ ୫ଟି ଧାଡି ରହିବ। ଭକ୍ତମାନେ ଧାଡିରେ ରହି ନିର୍ଦ୍ଧାରିତ ମୂଲ୍ୟର ଟୋକନ କାଟିପାରିବେ ଓ ସେମାନଙ୍କ ମହାପ୍ରସାଦ ବରାଦ କରିପାରିବେ। ନିଯୋଗ ତରଫରୁ ନିଯୁକ୍ତ ବୋଝିଆ ଆନନ୍ଦ ବଜାରରୁ ବରାଦ ମୁତାବକ ମହାପ୍ରସାଦ ଆଣି ସେମାନଙ୍କୁ ଦେବେ। ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଏଥିପାଇଁ ୩ଜଣ ବୋଝିଆଙ୍କୁ ନିୟୋଜିତ କରାଯିବ। ସେହିଭଳି ବରାଦି ପାଇଁ ନିଯୋଗ ଦୁଇଟି ନମ୍ବର ଜାରି କରିବ। ଏଥିରେ ଯୋଗାଯୋଗ କରି ଭକ୍ତ ମହାପ୍ରସାଦ ବରାଦ କରିପାରିବେ ବୋଲି ଶ୍ରୀ ପ୍ରତିହାରୀ କହିଛନ୍ତି।
ସେହିପରି ସାଧାରଣ ଭକ୍ତ ଓ ହବିଷ୍ୟାଳୀଙ୍କ ନିକଟରେ ମହାପ୍ରସାଦ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ସେମାନଙ୍କ ବରାଦ ଅନୁଯାୟୀ ‘ହୋମ୍‌ ଡେଲିଭେରି’ କରାଯିବ। ଫୋନ୍ ମାଧ୍ୟମରେ ବରାଦ କରାଗଲେ ସଂପୃକ୍ତ ଭକ୍ତଙ୍କ ଘରକୁ ମଧ୍ୟ ମହାପ୍ରସାଦ ପଠାଇ ଦିଆଯାଇପାରି ବୋଲି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories