କୁଆଁପାଳ: କଲେଜ ଛାତ୍ରୀଙ୍କୁ ମାରଣାସ୍ତ୍ରରେ ହାଣି ଲୁଟ ଉଦ୍ୟମ କରି ଦୁର୍ବୁତ୍ତ ଫେରାର । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ମାହାଙ୍ଗା ଥାନା କୁହୁଣ୍ଡ ପଂଚାୟତ ବିରୂପା ନଦୀ ବନ୍ଧ ରାସ୍ତାରେ । ଛାତ୍ରୀ ଜଣଙ୍କ ଦୁର୍ବୃତ୍ତଙ୍କ ସହ ଘମାଘୋଟ ଲଢେଇ କରି ନିଜକୁ ରକ୍ଷା କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାତ୍ରୀ ଆହତ ଅବସ୍ଥାରେ ପ୍ରଥମେ ମାହାଙ୍ଗା ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରୀ ଜଣକ ହେଉଛନ୍ତି କୁଆଁପାଳ ଜେ.ଏନ କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ସୁଭାସ୍ମିତା ସାହୁ। ଛାତ୍ରୀଙ୍କ ଡାହାଣ ହାତ ବାହୁକୁ ଦୁର୍ବୁତ୍ତମାନେ ହାଣିବା ପରେ ମୋବାଇଲ ଫୋନ୍ ଏବଂ ପର୍ସ ଛଡାଇ ନେବାକୁ ଉଦ୍ୟମ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
Popular Categories



