www.samajalive.in
Saturday, December 6, 2025
17.1 C
Bhubaneswar

ଅଭିଯୁକ୍ତର ମାଆଙ୍କ ଚାଞ୍ଚଲ୍ୟକର ବୟାନ – ମୋତେ ମାଡ଼ ମାରିଲେ, ମାେ ପୁଅକୁ ଉଲଗ୍ନ କରି ପିଟିଲେ

ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ପଞ୍ଚାନନ ସେଠୀ ଓ ତାର ଭାଇ ଚୈତନ୍ୟକୁ ହତ୍ୟା ଘଟଣା ପୂର୍ବରୁ କୁଳମଣୀଙ୍କ ଦୁଇ ପୁଅ ସମେତ ୪ ଜଣ ଯୁବକ ପଞ୍ଚାନନର ମା’କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏପରିକି ତାଙ୍କ ସମ୍ମୁଖରେ ଦୁଇ ପୁଅକୁ ମାଡ଼ ମାରିଥିଲେ। ଏପରିିକି ଜଣେ ପୁଅକୁ ଉଲଗ୍ନ କରି ମାଡ଼ ମରାଯାଇଥିବା ସେ କହିଛନ୍ତି। ଏ ନେଇ ସେ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିଲେ ନାହିଁ ବୋଲି ଆଜି ତାଙ୍କୁ ଭେଟିବାକୁ ଆସିଥିବା ଦଳିତ ମହାସଂଘ ଟିମ ସମ୍ମୁଖରେ ସେ ଅଭିଯୋଗ କରିଛନ୍ତି ପଞ୍ଚାନନଙ୍କ ମା’ ମାତାଜୀ ସେଠି।

- Advertisement -

ଦଳିତ ସଂଘ ପକ୍ଷରୁ ହତ୍ୟା ଘଟଣାକୁ ନିନ୍ଦା କରାଯାଇଛି। ଏଥିସହ ମୁଖ୍ୟ ଅଭିଯୁକ୍ତ ଦଳିତ ପରିବାର ଉପରେ ପୂର୍ବରୁ ହୋଇଥିବା ଆକ୍ରମଣ ଘଟଣାର ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଦାବୀ କରାଯାଇଛି। ତୁରନ୍ତ ଦଳିତ ପରିବାର ଆକ୍ରମଣକାରୀଙ୍କୁ ଗିରଫ କରାନଗଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଜାତୀୟ ଦଳିତ ଆଦିବାସୀ ମହାସଂଘ ସଭାପତି ଲୀଟୁ ଦାସ। ସେହିପରି ମୁଖ୍ୟ ଅଭିଯୁକ୍ତର ମା’ଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଘରଛାଡି ଅନ୍ୟତ୍ର ରହୁଛନ୍ତି, ତେଣୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories