www.samajalive.in
Saturday, December 6, 2025
15.1 C
Bhubaneswar

ମହାନଦୀ ଜଳ ପ୍ରବାହ ସମ୍ପର୍କିତ ବକେୟା ତଥ୍ୟ ଲାଗି ତ୍ରିପାକ୍ଷିକ ବୈଠକ ଖୁବ୍‍ଶୀଘ୍ର

ନୂଆଦିଲ୍ଲୀ : ମହାନଦୀ ଜଳ ପ୍ରବାହ ସମ୍ପର୍କିତ ବକେୟା ତଥ୍ୟ ଲାଗି ଓଡ଼ିଶା, ଛତିଶଗଡ଼଼ ଓ କେନ୍ଦ୍ରୀୟ ଜଳ ଆୟୋଗର ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଶନିବାର ଟ୍ରାଇବୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣିବେଳେ ଛତିଶଗଡ଼଼ର ଓକିଲ ଏ କେ ଗାଙ୍ଗୁଲି ଜଣାଇଥିଲେ ଯେ ମହାନଦୀ ଜଳ ପ୍ରବାହ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ କେନ୍ଦ୍ରୀୟ ଜଳ ଆୟୋଗଠାରୁ ମିଳିନାହିଁ । କେଉଁ କେଉଁ ତଥ୍ୟ ଅଦ୍ୟାବଧି ମିଳିପାରି ନାହିଁ ଏବଂ ବକେୟା ରହିଯାଇଛି ସେ ବିଷୟରେ କେନ୍ଦ୍ରୀୟ ଜଳ ଆୟୋଗ ସହ ଉଭୟ ରାଜ୍ୟର ଏକ ବୈଠକ ଦୁଇ ସପ୍ତାହ ମଧ୍ୟରେ ଅନୁଷ୍ଠିତ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଓଡ଼ିଶା ସରକାର ମଧ୍ୟ ଛତିଶଗଡ଼଼ ପ୍ରସ୍ତାବ ପ୍ରତି ସମର୍ଥନ ଜଣାଇଥିଲେ। ଟ୍ରାଇବୁନାଲର ଅଧ୍ୟକ୍ଷ ବିଚାରପତି ଏ ଏମ ଖାଣ୍ଡିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଛତିଶଗଡ଼଼ର ପ୍ରସ୍ତାବକୁ ଗ୍ରହଣ କରି ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ଲାଗି ଅନୁମତି ପ୍ରଦାନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍‍ଟେମ୍ବର ୪କୁ ଧାର୍ଯ୍ୟ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories