www.samajalive.in
Sunday, December 14, 2025
14.1 C
Bhubaneswar

ଆଜିଠୁ ମହାନଦୀ ଅବବାହିକା ଅନୁଧ୍ୟାନ

ଝାରସୁଗୁଡ଼ା/ବୁର୍ଲା: ମହାନଦୀ ଜଳବିବାଦ ନ୍ୟାୟାଧୀକରଣ (ଟ୍ରିବୁନାଲ) କ୍ଷେତ୍ର ପରିଦର୍ଶନର ତୃତୀୟ ପର୍ଯ୍ୟାୟରେ ଶୁକ୍ରବାର ଝାରସୁଗୁଡ଼ାରେ ଆସି ପହଞ୍ଚିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ତଥା ନ୍ୟାୟାଧୀକରଣ ଅଧ୍ୟକ୍ଷ ଜଷ୍ଟିସ ଏ.ଏମ ଖାନ​‌ୱେଲକରଙ୍କ ନେତୃତ୍ବରେ ୩ ଜଣିଆ ନ୍ୟାୟାଧିକରଣ ଦଳ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରିଛନ୍ତି। ଏହି ଦଳ ନୂଆଦିଲ୍ଲୀରୁ ସ୍ପାଇସଜେଟରେ ବିମାନରେ ଝାରସୁଗୁଡ଼ା​ରେ ଆସି ପହଞ୍ଚିବା ପରେ ଜିଲାପାଳ ଅବୋଲି ଏସ. ନରୱଣେ ଓ ଆରକ୍ଷୀ ଅଧୀକ୍ଷକ ସ୍ମିତ ପି. ପରମାରଙ୍କ ସମେତ ଅନ୍ୟ ଅଧିକାରୀମାନେ ବିମାନବନ୍ଦରରେ ସ୍ବାଗତ କରିଥିଲେ।

ଏହି ଦଳରେ ନ୍ୟାୟାଧୀକରଣ ସଦସ୍ୟ ପାଟନା ଉଚ୍ଚ ନ୍ୟାୟାଳୟର (ହାଇକୋର୍ଟ) ଜଷ୍ଟିସ ଡ.ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଇନ୍ଦରମିତ କୌର ଆସିଥିବାବେଳେ ତାଙ୍କ ସହିତ ଓଡ଼ିଶା ଉନ୍ନୟନ କମିଶନର ଅନୁ ଗର୍ଗ ଓ କୃଷି ସଚିବ ଡ.ଅରବିନ୍ଦ ପାଢ଼ୀ ପ୍ରମୁଖ ଆସିଛନ୍ତି। ନ୍ୟାୟାଧୀକରଣ ଦଳ ସମ୍ବଲପୁରରେ ଅବସ୍ଥାନ କରିବେ। ଅନ୍ୟ ଅଧିକାରୀମାନଙ୍କ ପାଇଁ ଏମସିଏଲ ଅତିଥି ଭବନ ଓ ସମ୍ବଲପୁରର ଏକ ହୋଟେଲରେ ରହଣି ବ୍ୟବସ୍ଥା କରାଯାଇଛି। ୨୦ ତାରିଖରୁ ପ୍ରତିଦିନ ସକାଳ ସାଢ଼େ ୮ଟାରେ ନ୍ୟାୟାଧୀକରଣ ଦଳ ସମେତ ଓଡ଼ିଶା ଓ ଛତିଶଗଡ଼ର ଅଧିକାରୀମାନେ ଏକତ୍ରିତ ହେବେ। ପ୍ରଥମ ଦିନରେ ହୀରାକୁଦ ନଦୀବନ୍ଧ ସମେତ ରମ୍ପେଲା ପାର୍ବତୀ ଗିରି ଉଠାସେଚ ପ୍ରକଳ୍ପ ପର୍ଯ୍ୟନ୍ତ ସମୀକ୍ଷା କରିବାର ସୂଚୀ ରହିଛି। ୨୧ ତାରିଖ ଚିପିଲିମା ଶକ୍ତିକେନ୍ଦ୍ରରୁ ବରଗଡ଼ କେନାଲ ପର୍ଯ୍ୟନ୍ତ ସମୀକ୍ଷା କରିବାକୁ ଥିବାବେଳେ ୨୨ ତାରିଖ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ନଦୀ ଓ ଏହାର ଉପତ୍ୟକା ସମେତ ଶାଖା​‌ ନଦୀ ଇବ୍ ନଦୀର ପରିଦର୍ଶନ ଓ ସମୀକ୍ଷା କରିବେ। ୨୩ ତାରିଖ ନୂଆପଡ଼ା ଗସ୍ତ କରି ଜୋଙ୍କ ବନ୍ଧ ପରିଦର୍ଶନ କରିବେ। ୨୪ ତାରିଖ ଟିକରପଡ଼ା ଅଭିମୁଖେ ପ୍ରସ୍ଥାନ କରି ସେହି ରାତି ଭୁବନେଶ୍ବରରେ ରହଣୀ ବ୍ୟବସ୍ଥା କରାଯାଇଛି।

- Advertisement -

ଏହି ଦଳ ପ୍ରଥମ ପର୍ଯ୍ୟାୟ​ରେ ଏପ୍ରିଲ ୧୮ରୁ ୨୨ ଓ ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ୍‌ ୨୯ରୁ ମେ ୩ ପର୍ଯ୍ୟନ୍ତ ଛତିଶଗଡ଼​ରେ ମହାନଦୀର ଉତ୍ପତ୍ତିସ୍ଥଳରୁ କଲମା ବ୍ୟାରେଜ ପର୍ଯ୍ୟନ୍ତ ସମୀକ୍ଷା କରିଥିଲେ। ଏହି ତୃତୀୟ ପର୍ଯ୍ୟାୟ​‌େ​‌ର ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବୁର୍ଲାଠାରେ ହୀରାକୁଦ ନଦୀବନ୍ଧ ବାମ ସ୍ପିଲ ୱେରୁ ସମୀକ୍ଷା ଆରମ୍ଭ କରି ବଙ୍ଗୋପସାଗରରେ ନଦୀର ସଙ୍ଗମ ସ୍ଥଳ ପର୍ଯ୍ୟନ୍ତ ସମୀକ୍ଷା କରିବେ।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories