www.samajalive.in
Saturday, December 6, 2025
23.1 C
Bhubaneswar

ମହାନଦୀରେ ବନ୍ୟା, ଶୁଖୁଆଖଳା ଗ୍ରାମ ୨ ଦିନ ଜଳବନ୍ଦୀ

ବାଙ୍କୀ : ମହାନଦୀର ଶାଖା ନଦୀ ରଣନଦୀରେ ବନ୍ୟା ଆସିଲେ ରଣକୂଳବର୍ତ୍ତୀ ଗାଁ ଶୁଖାଆଖଳା ଗ୍ରାମରେ ଛନକା ପଶିବା ସହିତ ଗ୍ରାମବାସୀ ଆତଙ୍କିତ ହୋଇଥାନ୍ତି। ପ୍ରତିବର୍ଷ ବନ୍ୟା ପ୍ରଭାବରେ କୂଳଖାଇ ରଣନଦୀର ଆଁ ଭିତରକୁ ଶୁଖୁଆଖଳା ଗାଁ ଧସି ଯାଉଥିଲେ ବି ପ୍ରତିକାର ପାଇଁ ପ୍ରଶାସନର ନିଘା ନଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମକୁ ମୁଖ୍ୟ ସଡକ ସହିତ ସଂଯୋଗ କରିବା ପାଇଁ ଥିବା ମୁଖ୍ୟ ରାସ୍ତାଟି ଏବେ ବନ୍ୟା ପାଣି ଘେରରେ । ୨ ଦିନ ହେବ ଗ୍ରାମ ସଡକ ପଥ ସହିତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଗ୍ରାମର ଦକ୍ଷିଣରେ ରଣନଦୀ, ଉତ୍ତର, ପୂର୍ବ ଓ ପଶ୍ଚିମକୁ ବନ୍ୟାଜଳ ମାଡି ଯାଇଥିବା ହେତୁ ଗ୍ରାମବାସୀ ଏବେ ଆଶଙ୍କାରେ। ମଧ୍ୟମ ଧରଣର ବନ୍ୟାରେ ଲୋକ ମାନେ ଏବେ ଅଧିକ ପ୍ରଭାବିତ । ବଡ ବନ୍ୟା ହେଲେ ପରିସ୍ଥିତି ସାଂଘାତିକ ହେବ ବୋଲି ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳିଛି। ଏବେ ପିଇବା ପାଣି, ଶାରିରକ ଅସୁସ୍ଥତା ପାଇଁ ଔଷଧ ଓ ଚିକିତ୍ସା ପାଇଁ ଦୀର୍ଘ ୧କି.ମି ଅଧିକ ରାସ୍ତା ପାଣିରେ ପସି ଯିବାକୁ ପଡୁଛି । ଅଧିକ ବନ୍ୟା ହେଲେ ଗ୍ରାମବାସୀ ଆଗକୁ ଜଟଳ ପରିସ୍ଥିତି ଓ ଦହଗଞ୍ଜ ହେବେ ବୋଲି ପୁରୁଖା ଲୋକ ମାନେ କହିଛନ୍ତି । ଶୁଖୁଆଖଳା ଗ୍ରାମଟି ଅନୁସୂଚିତ ଜାତି ସମ୍ପ୍ରଦାୟର ଏବଂ ୧୭୦ ପରିବାରର ୬୪୦ ଜନସଂଖ୍ୟା ବିଶିଷ୍ଟ ଗାଁ ଟିରେ ପ୍ରାୟ ୧୫୦ରୁ ଅଧିକ ଗୋରୁଗାଈ ଓ ଛେଳି ମେଣ୍ଢା ରହିଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦିଆଯାଇ ଆବଶ୍ୟକ ସହାୟତା ଯୋଗାଇ ଦିଆଗଲେ ଦିନ ମଜୁରୀଆ ଓ ଶ୍ରମିକ ମାନେ ବନ୍ୟା ପ୍ରଭାବରେ ନିଜର ପରିବାର ପ୍ରତିପୋଷଣରେ ସହାୟ ହେବ ବୋଲି ଗଣମାଧ୍ୟମ ଜରିଆରେ ଗ୍ରାମବାସୀ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ଧରି ଜୀବନ ଜୀବିକାକୁ କାନ୍ଧରେ ଧରି ବିପଦପୂର୍ଣ୍ଣ ଭାବରେ ବଞ୍ଚୁଥିବା ଗ୍ରାମବାସୀଙ୍କର ଭିଟାମାଟିର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଗ୍ରାମଟିକୁ ରଣନଦୀର ଜିଭ ଭିତରୁ ଉଦ୍ଧାର ପାଇଁ ଗାର୍ଡ ଓାଲ୍ ଟେ କରାଯାଇ ପାରିଲେ ଗ୍ରାମବାସୀ ମାନେ ସ୍ଥାୟ ସୁରକ୍ଷା ପାଇବେ ବୋଲି କହିଛନ୍ତି। ଏବେ ବନ୍ୟା ପ୍ରଭାବରେ ୨ ଦିନ ଜଳବନ୍ଦୀ ହୋଇଥିବା ଗ୍ରାମବାସୀ ଆଗାମୀ ବନ୍ୟା ପରିସ୍ଥିତିରେ ଭୟଭିତ ଅବସ୍ଥାକୁ ଗତି କରୁଥିବା ଜଣାପଡିଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories