ଟ୍ରେନ୍‌‌ରେ ଅଗ୍ନିକାଣ୍ଡ ; ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମଦୁରାଇ : ଉତ୍ତରପ୍ରଦେଶର ଲଖନଉ ରାମେଶ୍ୱରମ୍‌‌ ଯାଉଥିବା ପର୍ଯ୍ୟଟକ ଟ୍ରେନରେ ଶନିବାର ଭୟାବହ ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଟ୍ରେନରେ ଉତ୍ତରପ୍ରଦେଶ ସୀତାପୁର, ହରଦୋଇ ଓ ଲଖୀମପୁର ଆଦି ଅନେକ ସ୍ଥାନର ଯାତ୍ରୀ ଥିଲେ।
ଏହି ଦୁର୍ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି।
ସୂଚନା ଯୋଗ୍ୟ,ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିଜନଙ୍କୁ ରେଳବାଇ ପକ୍ଷରୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।

Comments are closed.