ଭୋପାଳ : କରୋନାକୁ ମାତ୍ ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସେ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ମଙ୍ଗଳବାର ସେ କହିଛନ୍ତି ଯେ କରୋନା ସଂକ୍ରମଣ ନେଇ ତାଙ୍କର ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି।
୬୧ ବର୍ଷ ବୟଷ୍କ ଶ୍ରୀ ଚୌହାନ ଜୁଲାଇ ୨୫ରେ କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା। ଅଗଷ୍ଟ ୨ ତାରିଖରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୫ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ଏବଂ ଏହା ପରେ ସେ ଘରେ ଏକାନ୍ତବାସରେ ରହିଥିଲେ।
ଶ୍ରୀ ଚୌହାନ ମଙ୍ଗଳବାର ଟ୍ୱିଟ କରି କହିଛନ୍ତି ଯେ ‘ମୋର କୋଭିଡ -19 ରିପୋର୍ଟ ନେଗେଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶରେ ମୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଅଲଗା ରହିବି। ମୁଁ ଡାକ୍ତର, ନର୍ସ ଏବଂ ସମଗ୍ର ଦଳକୁ ହୃଦୟର ସହ ଧନ୍ୟବାଦ ଦେଉଛି। ତୁମମାନଙ୍କ ସହ ସମସ୍ତ ଶୁଭେଚ୍ଛୁମାନେ ମୋର ଆରୋଗ୍ୟ ପାଇଁ ପ୍ରାର୍ଥନା କଲେ, ଏଥିପାଇଁ ମୁଁ ତୁମମାନଙ୍କ ପାଖରେ ସର୍ବଦା କୃତଜ୍ଞ କରିବି।’



