www.samajalive.in
Monday, December 8, 2025
24.1 C
Bhubaneswar

ସିନ୍ଧେକେଲାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୧୫୨ ୟୁନିଟ ରକ୍ତ ସଂଗ୍ରହ

ଟିଟିଲାଗଡ଼/ସିନ୍ଧେକେଲା: ରାଜ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲାରେ ସପ୍ତାହ ବ୍ୟାପୀ ‘ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତ ସଂଗ୍ରହ’ କାର୍ଯ୍ୟକ୍ରମ ଆଜି ତୃତୀୟ ଦିବସରେ ସିନ୍ଧେକେଲାଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ସାହୁ ଭବନଠାରେ ଅନୁଷ୍ଠିତ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ।

ଶିବିରରେ ପୁର୍ବତନ ବିଧାୟକ ଆୟୁବ ଖାନ, ଅଜୟ ଦାଶ, ଫିରୋଜ ଖାନ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ଉମାକାନ୍ତ ସାହୁ, ବାବୁଲାଲ ଅଦା, ବଣିକ ସଂଘ ସଭାପତି ସରୋଜ ଜୈନ, ପୁର୍ବତନ ସଭାପତି ସୁବାଶ ଜୈନ, ରୁପେଶ ବେହେରା, ରମେଶ ସାହୁ, ନରେଶ ଅଗ୍ରୱାଲ, କିଶୋର ମଚ୍ଛଖଣ୍ଡ, ମନୋଜ ଚଣ୍ଡୀ, ଜିଲା ପରିଷଦ ସଭ୍ୟ ଉଦ୍ଧବ ବେହେରା, ଅଶୋକ ଜୈନ, ମୁନିରାମ ଜୈନ, ଅରୁଣ ସିଂଦେଓ, ଜିଲା ବିଜେଡି କୋଷାଧ୍ୟକ୍ଷ ପ୍ରେମ ଜୈନ, ମୁରିବାହାଲ ଉପାଧ୍ୟକ୍ଷ ସୁନ୍ଦରମଣୀ ବାଗ, ଆଇନଜୀବୀ ସହଦେବ ବାଗ, ସତ୍ୟ ରାୟ, ଅରୁଣ ବାଗ, ପ୍ରେମ ବାଗ, କୁମାର ଚନ୍ଦ୍ର ଖମାରୀ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। ସିନେ୍ଧକେଲା ସରପଂଚ ରାଜା ଥାନାପତି, ଦେବରାଜ ୟାଦବ, ମୁକେଶ ଭୋଇ, ସରପଂଚ ରାଧାକାନ୍ତ ବେହେରା, କଶ୍ୟପ ସରାଫ, ଯୁଧିଷ୍ଠିର ଭରାସାଗରିଆ, ଭକ୍ତବନ୍ଧୁ ଛତ୍ରିଆ, ଅମିତ ପାତ୍ର, ସମିିତି ସଭ୍ୟ ମଳୟ ପୁଟେଲ ପ୍ରମୁଖଙ୍କ ସମେତ ୧୫୨ ଜଣ ରକ୍ତଦାନ କରିଥିଲେ।

- Advertisement -

କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ ସରୋଜ ମେହେର ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କନ୍ଟାବାଞ୍ଜି ରକ୍ତଭଣ୍ଡାର ପକ୍ଷରୁ ଡା. ସୌମ୍ୟପ୍ରତିକ ଦୋରାଙ୍କ ତତ୍ୱାବଧାନରେ ସୁନିତା ଭୋଇ, କୁନାଲ ଦାସ, ଦୁର୍ଗା ତାଣ୍ଡି, ପ୍ରଶାନ୍ତ ସାହୁ, ଗୁରୁବାରୁ ରଣା, କରନ ରଣା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories