www.samajalive.in
Friday, December 5, 2025
20.1 C
Bhubaneswar

‘ଆଇଟମ୍’କୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ: କମଳନାଥ-ଶିବରାଜ ମୁହାଁମୁହିଁ

ମଧ୍ୟପ୍ରଦେଶରେ ଏବେ ୨୮ଟି ବିଧାନସଭା ଆସନ ନିମନ୍ତେ ଆରମ୍ଭ ହୋଇଛି ଉପନିର୍ବାଚନ ପ୍ରକ୍ରିୟା । ଏହି ସମୟରେ ‘ଆଇଟମ’କୁ ନେଇ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ମୁହାଁମୁହିଁ ହୋଇଛନ୍ତି । ପୂର୍ବରୁ ଚୁନ୍ନୁ-ମୁନ୍ନୁ ମନ୍ତବ୍ୟକୁ ନେଇ ଦୁଇ ଦଳ ମଧ୍ୟରେ ତୀବ୍ର ବାକ୍ୟ ବିନିମୟ ହୋଇଥିଲା । ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପିର ଜଣେ ମହିଳା ପ୍ରାର୍ଥୀଙ୍କୁ ‘କ୍ୟା ଆଇଟମ୍ ହୈ’ ବୋଲି ସମ୍ବୋଧନ ପରେ କମଳନାଥଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଶିବରାଜ ସିଂହ ।

- Advertisement -

ମଧ୍ୟପ୍ରଦେଶର ଡାବ୍ରା ଠାରେ କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କରିବାକୁ ଆସିଥିବା ପୂର୍ବତନ ସିଏମ କମଲ ନାଥ କହିଛନ୍ତି ଯେ ’ସୁରେନ୍ଦ୍ର ରାଜେଶ ଆମର ପ୍ରାର୍ଥୀ, ସେ ଅତ୍ୟନ୍ତ ସରଳ ।  ତାଙ୍କ ଭଳି ନୁହେଁ, ତାଙ୍କର ନାମ କ’ଣ? ମୁଁ ଯଦି ତାଙ୍କ ନାମ ନେବି, ତୁମେ ତାଙ୍କୁ ମୋ ଠାରୁ ଭଲ ଭାବରେ ଜାଣିଛ। କେହି କେହି କହନ୍ତ ‘କ୍ୟା ଆଇଟମ୍ ହୈ। କମଳନାଥ ବିଜେପିର ପ୍ରାର୍ଥୀ ଇମର୍ତୀ ଦେବୀଙ୍କ ଉଦ୍ଦେଶ୍ୟରେ ଏପରି ମନ୍ତବ୍ୟ ଦେବା ପରେ ରାଜନୀତି ଗରମ ହୋଇଛି । ଇମର୍ତୀ ଦେବୀ ବିଜେପିର ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ଭାବରେ ପରିଚିତ ଏବଂ ଶିବରାଜ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ସଦସ୍ୟ ଅଛନ୍ତି ।

ଇମର୍ତୀଙ୍କ ପ୍ରତି କମଳନାଥଙ୍କ ଏହି ମନ୍ତବ୍ୟ ପରେ ଶିବରାଜ ସିଂହ କଡ଼ା ପ୍ରତିବାଦ କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି ଯେ ଇମର୍ତୀ ଜଣେ ଗରିବ ଚାଷୀଙ୍କ ଝିଅ । ତାଙ୍କ ପ୍ରତି ଏପରି ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ । ମୋତେ ଲଙ୍ଗଳା ଭୋକିଲା ବୋଲି କମଳନାଥ ସମ୍ବୋଧନ କରିଥିଲେ, ଚୁନ୍ନୁ-ମୁନ୍ନୁ ମନ୍ତବ୍ୟ ଦେଇଥିଲେ । ଏବେ ଜଣେ ମହିଳାଙ୍କ ଉଦ୍ଦେଶ୍ୟରେ ‘ଆଇଟମ୍’ ଟିପ୍ପଣୀ ଦେଇ କମଳନାଥ ନିଜର ସାମ୍ରାଜ୍ୟବାଦୀ ଚିନ୍ତାଧାରାକୁ ପ୍ରକାଶ କରିଛନ୍ତି । ସେହିପରି ଆଉ ଏକ ଟ୍ବିଟ​‌ରେ ଶିବରାଜ କହିଛନ୍ତି ଯେ ନବରାତ୍ରୀ ଅବସରରେ ଦେଶ ମହିଳାମାନଙ୍କୁ ପୂଜା କରୁଛି । ମାତ୍ର କଂଗ୍ରେସ ନେତାମାନେ ମହିଳାଙ୍କୁ ଆଇଟମ୍ ବୋଲି ବର୍ଣନା କରୁଛନ୍ତି । ତେଣୁ କମଳନାଥ ଏଥିପାଇଁ କ୍ଷମା ମାଗିବା ଆବଶ୍ୟକ ବୋଲି ଶିବରାଜ ସିଂହ କହିଛନ୍ତି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories