ଭୁବନେଶ୍ୱର ସହରରେ ଆଜି ଆଉ ୨୩୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୭ ହଜାର ୨୨୮ରେ ପହଂଚିଛି। ଅନ୍ୟପକ୍ଷରେ ଆଜି ୩୧୩ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ୨୪ ହଜାର ୧୪୩କୁ ବୃଦ୍ଧି ପାଇଛି। ଏବେ ବିଭିନ୍ନ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ୨ ହଜାର ୯୨୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୧୩୭ ଜଣଙ୍କ ମୃତ୍ୟୁ ହୋଇଛି।
ଆଜି ଚିହ୍ନଟ ୨୩୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୫୧ ଜଣ ସଂଗରୋଧରୁ ଏବଂ ୧୮୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ପଟିଆରୁ ୫ ଜଣ, ଓଲ୍ଡ ଟାଉନ ଓ ପାତ୍ର ପଡାରୁ ୪ ଜଣ ଲେଖାଏଁ ଓ ପ୍ରଶାନ୍ତି ବିହାରରୁ ୩ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ପଟିଆରୁ ୧୨ ଜଣ, ଖଣ୍ଡଗିରି ଓ ନୟାପଲ୍ଲୀରୁ ୯ ଜଣ ଲେଖାଏଁ , ଟଙ୍କପାଣି ରୋଡ୍ , ପାତ୍ରପଡା, ଡୁମଡୁମା ରସୁଲଗଡ, ନିଳାଦ୍ରୀବିହାର ଓ ଜାଗମରାରୁ ୬ ଜଣ ଲେଖାଏଁ , ଚନ୍ଦ୍ରଶେଖରପୁର ,ବମିଖାଲ ଓ ଘାଟିକିଆରୁ ୫ ଜଣ ଲେଖାଏଁ , ସତ୍ୟନଗର, ଓଲ୍ଡଟାଉନ୍, କଳିଙ୍ଗନଗର, ପ୍ରଶାନ୍ତି ବିହାର, ପୋଖରୀପୁଟ ଓ ଭରତପୁରରୁ ୪ ଜଣ ଲେଖାଏଁ ରହିଛନ୍ତି।



