www.samajalive.in
Saturday, December 6, 2025
23.1 C
Bhubaneswar

ମା ମଙ୍ଗଳା ଚାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଆଠଗଡ : ମା ମଙ୍ଗଳା କ୍ଲବ୍ ଆନୁକୁଲ୍ୟରେ ବୀରକିଶୋରପୁର ଖେଳ ପଡିଆରେ ଚାଲିଥିବା ମା ମଙ୍ଗଳା ଚାଲେଞ୍ଜ କପ୍ କ୍ରିକେଟ ଟୁଣ୍ଣାମେଣ୍ଟର ଚତୁର୍ଥ ଦିନରେ ଅନୁଷ୍ଠିତ ୨ଟି ମ୍ୟାଚରେ ପ୍ରତିପକ୍ଷଙ୍କୁ ହରାଇ ନୂଆପାଟଣାର ଏନଏସ କ୍ଲବ୍ ଓ ଚୌଦ୍ୱାରର ଗୋଲଡେନ୍ ଷ୍ଟାର କ୍ଲବ୍ ବିଜୟୀ ହୋଇଥିବା ଜଣାପଡିଛି। ପ୍ରଥମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନୂଆପାଟଣା ଦଳ ନିର୍ଦ୍ଧାରିତ ୧୨ ଓଭରରେ ୪ ୱିକେଟ ହରାଇ ୧୨୨ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବ୍ରେ ଗୁରୁଡିଝାଟିଆ କ୍ରିକେଟ କ୍ଲବ୍ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୮୮ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ନୂଆପାଟଣା ଦଳର ଆନନ୍ଦ କୁମାର ଦାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବାବେଲେ ରୁଦ୍ରନାରାୟଣ ଦେଓ ଓ ସୌମ୍ୟରଞ୍ଜନ ମହାପାତ୍ର ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ। ସେହିପରି ୨ୟ ମ୍ୟାଚରେ ବାଙ୍କୀର ଡିଏମସି କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟି ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୫ୱିକେଟ ହରାଇ ୮୧ ରନ୍ ସଂଗ୍ରହ କରିଥିଲେ। ଏହାର ଅନୁଧାବନ କରିଥିବା ଚୌଦ୍ୱାରର ଗୋଲଡେନ୍ ଷ୍ଟାର କ୍ଲବ୍ ୧୧.୫ ଓଭରରେ ୬ ୱିକେଟ ହରାଇ ୮୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ଚୌଦ୍ୱାରର ସୌମ୍ୟରଞ୍ଜନ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବାବେଳେ ଅମ୍ପାୟାର ଭାବେ ଉମାଶଙ୍କର ସାହୁ ଓ ସଂଜୟ କୁମାର ବେହେରା ମ୍ୟାଚ ପରିଚାଳନା କରିଥିଲେ। ଚତୁର୍ଥ ଦିନରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ତୁଙ୍ଗ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀକାନ୍ତ ବେହେରା ଯୋଗଦେଇ ଦୁଇ ମ୍ୟାନ ଅଫ ଦି ମ୍ୟାଚଙ୍କୁ ପୁରସ୍କୃତ କରିଥିଲେ। ଆୟୋଜକ କ୍ଲବ୍ର ସରୋଜ ଦାସ, ମୁକେଶ ଯାଦବ ଓ ସୁଜିତ କୁମାର ବେହେରାଙ୍କ ସହ ଅନ୍ୟମାନେ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories