www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ବିଗାଡ଼ିଛି ଭିନ୍ନକ୍ଷମଙ୍କ ଗୁଜୁରାଣ: ଗୋଟିଏ ଗୋଡ଼ରେ ଦିନକୁ ୨୦ କିମି ସାଇକଲ ଚଳାଇ ପୋଷୁଛନ୍ତି ପରିବାର

ଖଲ୍ଲିକୋଟ: କରୋନା ମହାମାରୀ ଯୋଗୁ ଭିନ୍ନକ୍ଷମଙ୍କ ଆର୍ଥିକ ତଥା ସ୍ୱାସ୍ଥ୍ୟଗତ ସମସ୍ୟା ବିଗିଡ଼ି ଯାଇଛି। ସେମାନେ ପୃଷ୍ଟିସାର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନେକ ଭିନ୍ନକ୍ଷମ ଛୋଟମୋଟ ବ୍ୟବସାୟ କରି ଗୁଜୁରାଣ ​‌େ​‌ମଣ୍ଟାଉଥିଲେ। ଦୀର୍ଘ ୭ ମାସ ଧରି କରୋଜନିତ ଲକଡାଉନ କାରଣରୁ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ପରିବାର ଉପରେ ବୋଝ ପାଲଟିଛନ୍ତି। ସରକାର ସେମାନଙ୍କୁ ଭତ୍ତା ଓ ୫ କିଲୋ ଚାଉଳ ଯୋଗାଇ ଦେଇ ନିରବ ରହି ଯାଇଛନ୍ତି। ତଥାପି ଜୀବନଯୁଦ୍ଧରେ ହାରି ନାହଁାନ୍ତି ଜଣେ ଭିନ୍ନ ଧରଣର ଭିନ୍ନକ୍ଷମ। ଗୋଟିଏ ଗୋଡରେ ଦିନକୁ ୨୦ କିଲୋମିଟର ସାଇକେଲ ଚଳାଇ ମାଗିଯାଚି ଯାହା ସଂଗ୍ରହ କରନ୍ତି ସେଥିରେ ପରିବାର ଚଳାଉଛନ୍ତି। ଏଭଳି ଜଣେ ସାହସୀ ଭିନ୍ନକ୍ଷମ ହେଉଛନ୍ତି ଗଞ୍ଜାମ ଜିଲାର ରମ୍ଭା ନିକଟବର୍ତ୍ତୀ ନିମସୁଳି ଗ୍ରାମର ୨୫ ବର୍ଷୀୟ ଯୁବକ ସହଦେବ ପ୍ରଧାନ। ଦୀର୍ଘ ୭ ମାସ ଧରି ସେ ଦୁର୍ଦଶାଗ୍ରସ୍ତ ଜୀବନ ବିତାଉଛନ୍ତି। ପ୍ରତିଦିନ ଗୋରାପଲ୍ଲୀ ଟୋଲ ପ୍ଲାଜ଼ା ନିକଟରେ ରହି ଯାତ୍ରୀବାହୀ ବସ ଓ ମାଲବାହୀ ଟ୍ରକରୁ ମାଗିଯାଚି ଚଳୁଥିଲେ। ତାଙ୍କର ଗୋଟିଏ ଗୋଡ ନଥିଲେ ମଧ୍ୟ ସେ ଜୀବନ ଯୁଦ୍ଧରେ ହାରିନଯାଇ ଏକ ପୁରୁଣା ସାଇକେଲରେ ଦୀର୍ଘ ୨୦ କିଲୋମିଟର ମାତ୍ର ଗୋଟିଏ ଗୋଡରେ ପ୍ୟାଡଲ ମାରି ନିଜ ଘରକୁ ଯିବାଆସିବା କରୁଛନ୍ତି। ତାଙ୍କର ଏକମାତ୍ର ପୁଅ ଓ ପତ୍ନୀଙ୍କୁ ନେଇ ସଂସାର । ଗୋଟିଏ ଗୋଡ ନଥିଲେ ମଧ୍ୟ ସେ ସବୁବେଳେ ନିଜକୁ ସକ୍ଷମ ମନେ କରି ହସହସ ବଦନରେ ସାଇକେଲ ଚଳାଉଛନ୍ତି। ଆଉ ଯାହା ପାଉଛନ୍ତି ସେଥିରେ ଅତି କଷ୍ଟରେ ପରିବାର ଚଳାଉଛନ୍ତି। କିନ୍ତୁ କରୋନା କାଳରେ ଗାଡିମୋଟ ଚଳାଚଳ ସେଭଳି ନହେବାରୁ ତାଙ୍କର ରୋଜଗାର ଏକପ୍ରକାର ବନ୍ଦ ହୋଇଯାଇଥିଲା।

- Advertisement -

ଖଲ୍ଲିକୋଟ ବ୍ଲକରେ ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୫୭ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । କରୋନା ସମୟରେ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ସହିତ ନିଜନିଜ ଘରେ ରହୁଛନ୍ତି। ପରିବାର ସଦସ୍ୟଙ୍କ ଦେଖାଶୁଣା ଓ ଦାୟିତ୍ୱ କାରଣରୁ ଭିନ୍ନକ୍ଷମଙ୍କୁ ପ୍ରାୟତଃ କରୋନା ସ୍ପର୍ଶ କରିପାରିନଥିଲା। ସରକାରଙ୍କ କୋଭିଡ -୧୯ ସର୍ତାବଳୀକୁ ଅନୁପାଳନ ଓ ସ୍ଥାନୀୟ ପ୍ରଶାସନର ସଚେତନତା ଅଭିଯାନ ସେମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିପାରିଛି । ଖଲ୍ଲିକୋଟ ବ୍ଲକର ଅନ୍ତର୍ନିବେଶି ଶିକ୍ଷାବିଭାଗରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ନିମନ୍ତେ ଅନଲାଇନ ମାଧ୍ୟମରେ ଛାତ୍ରବୃତ୍ତି ପାଇଁ ଦରଖାସ୍ତ ଗ୍ରହଣ ଓ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଛି । ଦୀର୍ଘଦିନ ଧରି ବିଦ୍ୟାଳୟ ସବୁ ବନ୍ଦ ରହିବାରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଅନଲାଇନ ମାଧ୍ୟମରେ ପାଠପଢା ବ୍ୟବସ୍ଥା ହୋଇଥିଲେ ମଧ୍ୟ ଅନେକଙ୍କ ପାଖରେ ମୋବାଇଲ ସେଟ ନଥିବାରୁ ସେମାନେ ପାଠପଢାରୁ ବଞ୍ଚିତ । ଅନ୍ୟପକ୍ଷରେ ବିଦ୍ୟାଳୟଗୁଡିକ ବନ୍ଦ ହେବା ପରଠୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଜନିତ ପୃଷ୍ଟିସାର ଖାଦ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି। ବିଦ୍ୟାଳୟରେ ପାଠପଢୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ ଙ୍କ ପାଇଁ ଆବଶ୍ୟକ ଶୀତ ବସ୍ତ୍ର ଓ ଭିଟାମିନଯୁକ୍ତ ଔଷଧ ଓ ଫୁଡ ସପ୍ଲିମେଣ୍ଟ ବ୍ୟବସ୍ଥା କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories