www.samajalive.in
Sunday, December 7, 2025
14.1 C
Bhubaneswar

ଆଇପିଏଲ୍ ବେଟିଂ ମାମଲାରେ ଆଉ ୨ ଗିରଫ : ଲକ୍ଷେ ୯୫ ହଜାର ଟଙ୍କା, ୭ ମୋବାଇଲ, କାର ଜବତ

ବ୍ରହ୍ମପୁର: ଚଳିତବର୍ଷ ଆଇପିଏଲ ସିଜନରେ ଲକ୍ଷ ଳକ୍ଷ ଟଙ୍କାର ବେଟିଂ କାରବାର ଚଳାଇଥିବା ଆଉ ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ସେମାନେ ହେଲେ ବିଶାଲ ଅଗ୍ରୱାଲ ଓ ଅଜିତ କୁମାର ବରାଡ। ବିଶାଲକୁ ଭୁବନେଶ୍ବର ଏୟାରପୋର୍ଟ ବାହାରୁ ଗିରଫ କରାଯାଇଥିବା ବେଳେ ଅଜିତକୁ ହାଇଦରାବାଦ ଯାଉଥିବା ବେଳେ ବ୍ରହ୍ମପୁରରୁ ଗିରଫ କରାଯାଇଥିଲା। ବେଟିଂ ମାମଲାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୪ରେ ପହଞ୍ଚିଛି ା
ଆଇପିଏଲ ଚାଲୁଥିବା ବେଳେ ବେଟିଂ ତଥା ବେଆଇନ ଟଙ୍କା କାରବାର ଚଳାଉଥିବା ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଗଣେଶନଗର ୩ୟ ଲାଇନ ସଂପ୍ରସାରଣର କେ.ଲାଲି ଆଚାରୀ ଓ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ମେଇନ ରୋଡ ସାଇ କ‌େ‌ମ୍ପ୍ଳକ୍ସର କେ. ପ୍ରଶାନ୍ତ କୁମାର ସୁବୁଦ୍ଧିଙ୍କୁ ଅକ୍ଟୋବର ୨୯ରେ ଗିରଫ କରାଯାଇଥିଲା। ସେତେବେଳେ ଆଇପିଏଲ ବେଟିଂର କିଙ୍ଗିପନ୍ କୁହାଯାଉଥିବା ଲାଲୀଙ୍କ ଘରୁ ପୁଲିସ ନଗଦ ୩୩ ଳକ୍ଷ ଟଙ୍କା ଜବତ କରିଥିଲା ା ଲାଲୀ ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶାର ନିଜ ସାମ୍ରାଜ୍ୟ ବିସ୍ତାର କରି ଆଇପିଏଲରେ ବେଟିଂ କରୁଥିବା ତଥା ଟଙ୍କା ବାଜି ଲଗାଉଥିବା ଶହ ଶହ ଯୁବକଙ୍କ ଠାରୁ ଏହି ଟଙ୍କା ଆଦାୟ କରିଥିବା ଜଣାପଡ଼ିଥିଲା। କିଛି ସବ୍ ବୁକି ତଥା ଏଜେଣ୍ଟଙ୍କ ଜରିଆରେ ସେ ଏହି ଟଙ୍କା ସଂଗ୍ରହ କରୁଥିଲା। ଏପରିକି ଲାଲୀର ଏହି ସାମ୍ରାଜ୍ୟର ଚେର ରାଜ୍ୟ ତଥା ଦେଶ ବାହାରକୁ ମଧ୍ୟ ଲମ୍ବିଥିବା ପୁଲିସ କହିଥିଲା। ଲାଲୀ ଓ ପ୍ରଶାନ୍ତ ଗିରଫ ପରେ ପୁଲିସ ସେମାନଙ୍କ ସମ୍ପର୍କରେ ଥିବା ଅନ୍ୟ ବ୍ୟକ୍ତି ଓ ବୁକିଙ୍କୁ ଖୋଜିବାରେ ଲାଗିପଡ଼ିଥିଲା। ଗିରଫ ଭୟରେ କିଏ ସହର ଛାଡି ଚାଲିଯାଇଥିବା ବେଳେ ଆଉ କିଏ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ। ଗୋସାଇଁନୂଆଗାଁ ଥାନା ପୁଲିସ ସହ ବ୍ରହ୍ମପୁର ଏସପି କାର୍ୟ୍ୟାଳୟର ସାଇବର ସେଲ ଏହି ମାମଲାର ଅଧିକ ଖୋଳତାଡ ଚଳାଇଥିଲା। ଗତକାଲି ବିଶାଲ କୁମାର ଅଗ୍ରୱାଲ ଭୁବନେଶ୍ବର ଏୟାରପୋର୍ଟରେ ଥିବା ଜାଣିବା ପରେ ଏକ ଟିମ ତାକୁ କାବୁ କରି ବ୍ରହ୍ମପୁର ଆଣିଥିଲେ। ବିଶାଲ ଠାରୁ ସୂଚନା ପାଇ ଅଜିତକୁ ମଧ୍ୟ ଗିରଫ କରାଯାଇଥିଲା ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ା ସେମାନଙ୍କ ନାମରେ ପ୍ରାଇଜ ଚିଟ୍ ଓ ମନି ସର୍କୁଲେସନ ସ୍କିମ ବ୍ୟାନ ଆଇନ ଅନୁସାରେ ମାଲା ରୁଜୁ ହୋଇଛି। ସେମାନଙ୍କଠାରୁ ନଗଦ ୧ ଲକ୍ଷ ୯୫ ହଜାର ୫୦୦ ଟଙ୍କା, ୭ଟି ମୋବାଇଲ ଓ ୭ ଟି ସମ କାର୍ଡ ସହ ଗୋଟିଏ କାର ଜବତ ହୋଇଛି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories