www.samajalive.in
Monday, December 15, 2025
16.1 C
Bhubaneswar

ଖଣ୍ଡା ଲେଉଟା ନୀତି ସମ୍ପାଦିତ – ସ୍ନାନଯାତ୍ରାରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ମାହେଶ୍ୱରୀ

ବିନିକା : ଚଳିତ ବର୍ଷ ଆଶ୍ଵିନ ମାସରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଥିବା ସମସ୍ତ ଶକ୍ତି ପୀଠ ପୁଅ ଜିଉନ୍ତିଆ ଠାରୁ ଉତ୍ସବ ମୁଖର ହୋଇଉଠିଛି। ମା’ ମାହେଶ୍ୱରୀ ଦେବୀଙ୍କ ଆଶ୍ୱିନ ମାସର ଷୋଡ଼ଶ ଉପଚାର ଉପାସନା ଓ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇ ସରିଛି। ଏନେଇ ଗ୍ରାମବାସୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ତତ୍ପରତା ପ୍ରକାଶ କରିଛନ୍ତି।

ମାଁ ମାହେଶ୍ୱରୀ ଦେବୀଙ୍କ ପୂଜାର୍ଚ୍ଚନା ପାଇଁ ପୂଜାରୀ,ଦେହେରୀ,ପୁରୋହିତଙ୍କ ସମେତ ଅନ୍ୟାନ୍ୟ ସେବାୟତ ମାନେ ସକ୍ରିୟ ସହଯୋଗ କରୁଥିବା ବେଳେ ଦେବୀଙ୍କ ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ପୂଜାକାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରାଯାଉଛି। ଆଜି ବର୍ଷର ଆଶ୍ୱିନ ମାସରେ ମାଁଙ୍କ ଠାରେ ଷୋଡ଼ଶ ଉପଚାର ଓ ସମସ୍ତ ନୀତିକାନ୍ତି ପାଇଁ ସମ୍ପାଦନ କରିବା ପାଇଁ ଅଞ୍ଚଳର ସମସ୍ତ ମାହେଶ୍ୱରୀ ଦେବୀଙ୍କ ମନ୍ଦିର ଗୁଡ଼ିକ ଭୋର ସକାଳୁ ଖୋଳା ଯାଇଥିଲା

- Advertisement -

ବିଭିନ୍ନ ଦେବୀ ପୀଠମାନଙ୍କରେ ଭକ୍ତଙ୍କର ଭିଡ ଦେଖିବା ପାଇଁ ମିଳିଛି, ତେବେ ପାର୍ବଣ ଋତୁରେ ମାହେଶ୍ୱରୀ ଦେବୀଙ୍କ ସମୂହ ପୀଠରେ ଅନୁଷ୍ଠିତ କାଷ୍ଟା ଓ ନିଷ୍ଠାର ସହ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ବିନିକା ଅଞ୍ଚଳରେ ଥିବା ସମୂହ ଶକ୍ତିପୀଠରେ ଇଷ୍ଟଦେବୀ ମାଁ ମାହେଶ୍ୱରୀ ଦେବୀ ବିଧିବିଧାନ ପୂର୍ବକ ନୀତିକାନ୍ତିର ସହ ପୂଜା ପାଇଥିବା ବେଳେ ସନ୍ଧ୍ୟାରେ ଶକ୍ତିଦେବୀ ମାଁ ମାହେଶ୍ୱରୀ ମନ୍ଦିର ଗମ୍ଭୀରରୁ ବାହାରି ନିକଟସ୍ଥ ଚୌକିଯୋରକୁ ସ୍ନାନ ଯାତ୍ରାରେ ଯିବାବେଳେ ରାଜଦାଣ୍ଡରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ସହ ସ୍ନାନ ଯାତ୍ରାରେ ଯାଇ ପୁନର୍ବାର ମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହି ପରିପ୍ରୀକ୍ଷୀରେ ରବିବାର ବିନିକା ଅଞ୍ଚଳର ଫୁଲମୁଠୀ ସ୍ଥିତ ଶକ୍ତିପୀଠରୁ ଘଣ୍ଟଘଣ୍ଟା ଓ ବେଜି ବରୁଆ, ସେବାୟତ କର୍ମଚାରୀ ଓ ଛତ୍ରଧାରୀଙ୍କ ସହ ବାହାରି ଇଷ୍ଟଦେବୀ ମାଁ ମାହେଶ୍ୱରୀ ନିକଟସ୍ଥ ବଡ଼ବନ୍ଧ ଚୌକିଯୋରକୁ ସ୍ନାନ ଯାତ୍ରାରେ ଯାଇଥିବା ବେଳେ ସେହିପରି ଅଞ୍ଚଳର କର୍ତ୍ତଙ୍ଗ, ଭଣ୍ଡାର, ଗୁଲୁଣ୍ଡା, ଅରିଗାଁ,ଡଭଲା, ବଲାରଙ୍ଗା, ଗରଗଡବାହାଲ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ମାହେଶ୍ୱରୀ ଦେବୀ ସ୍ନାନ ଯାତ୍ରାରେ ଯାଇଛନ୍ତି।

ଭକ୍ତମାନେ ମାଁ ମାହେଶ୍ୱରୀଙ୍କର ଦର୍ଶନ ଲାଭ କରିଛନ୍ତି ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories