www.samajalive.in
Saturday, December 6, 2025
19.1 C
Bhubaneswar

ନେମାଳରେ ମା’ ଦୁର୍ଗାଙ୍କର ମହାସପ୍ତମୀ ପୂଜା

ନେମାଳ: ଆଜି ନେମାଳ ବଙ୍ଗାଳୀ ସାହିରେ ଜଗତ ଜନନୀ ଦେବୀ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି। ପ୍ରତ୍ୟୁଷରୁ ବୈଷ୍ଣବୀୟ ପରମ୍ପରା ଅନୁସାରେ ମା’ଙ୍କର ଜଳାଧିବାସ ପ୍ରାତଃ ୬ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଶ୍ରଦ୍ଧାଳୁମାନେ ଯୋଗ ଦେଇ ଏକ ଶୋଭାଯାତ୍ରାରେ ଚିତ୍ରୋତ୍ପଳା ନଦୀ ବଟଗଡା କୂଳରୂ ଜଳାଧିବାସ କାର୍ଯ୍ୟ କରି ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ । ପରେ ଶ୍ରୀ ଶ୍ରୀ ଦୁର୍ଗା ଦେବୀଙ୍କ ନବପତ୍ରିକା ପ୍ରବେଶ ଓ ନବନିର୍ମିତ ଘଟକୁ ନ୍ୟାସ କରାଯାଇ ଚକ୍ଷୁଦାନ କାର୍ଯ୍ୟ ସମାପନ ପରେ ସମୂହ ପୂଜାର୍ଚ୍ଚନା କରାଯାଇଥିଲା  । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁମାନେ ଯୋଗ ଦେଇ ମା’ଙ୍କ ସାନ୍ନିଧ୍ୟ  ଲାଭ କରି ପଣା ଲାଗି କରିଥିଲେ ।

ସୂଚନାଯୋଗ୍ୟ ଅନୁଯାୟୀ, ବୁଧବାର ମା’ଙ୍କ ନିତ୍ୟ ସ୍ନାନ ପ୍ରାତଃ ୩ ଘଟିକା ସମୟରେ ମହାଷ୍ଟମୀ ପୂଜା କରାଯାଇ ପ୍ରାତଃ ୭ .୩୦ମି ସମୟରେ ତାରିଣୀ ବ୍ରତ ଓ ପ୍ରାତଃ ୮.୪୫ମି ରେ ସନ୍ଧି ପୂଜା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories